ପ୍ରଚାରର ଗତି ବଢ଼ାଇ ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କଲା କଂଗ୍ରେସ

* କୋରେଇ ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡ଼ି ତାର ପ୍ରଚାରକୁ ଜୋରଦାର କରୁଥୁବା ବେଳେ ଆଜି କଂଗ୍ରେସ ପ୍ରାର୍ଥନୀ ଶ୍ରୀମତୀ ବନ୍ଦିତା ପରିଡ଼ା ତାଙ୍କ ନିର୍ବାଚନ ପ୍ରଚାରର ଗତି ବଢ଼ାଇ ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି l ଏହି ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ତାହାରପୁର ଗ୍ରାମପଂଚାୟତର ବଳଦିଆ ଗ୍ରାମ ନିକଟରୁ କୋରେଇ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଅକ୍ଷୟ ଜେନା ଓ ବ୍ୟାସନଗର ପୌରାଂଚଳ କଂଗ୍ରେସ ସଭାପତି ଶ୍ରୀ ମୟାଧର ମଲ୍ଲିକଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାର କଂଗ୍ରେସ କର୍ମୀ ସମର୍ଥକ ମାନେ ଏକାଠି ହୋଇ ଅଂଚଳରେ ବାଇକ୍ ରୋଡ଼ ସୋ ଗାଁ,ଗାଁ ଡ଼ୋର ଟୁ ଡ଼ୋର ଭ୍ରମଣ କରି କଂଗ୍ରେସ ଦଳ ପାଇଁ ଭୋଟ ପ୍ରଚାର କରି ଭୋଟ ମାଗିଛନ୍ତି l

ଏହି ଅବସରରେ କୋରେଇର ବିକାଶ ପାଇଁ କ୍ଷମତାର ପରିବର୍ତନ ନିହାତି ଦରକାର ବୋଲି କଂଗ୍ରେସ ପ୍ରାର୍ଥନୀ ଶ୍ରୀମତୀ ପରିଡ଼ା କହିବା ସହିତ କଂଗ୍ରେସର ବିଭିନ୍ନ ଜନ କଲ୍ୟାଣକାରୀ ଗ୍ୟାରେଟିଂ ଯୋଜନା ବିଷୟରେ ଜନସାଧାରଣ ମାନଙ୍କୁ ଅବଗତ କରାଇ ଭୋଟ ମାଗିବା ସହିତ ଭୋଟ ପ୍ରଚାରର ଗତିକୁ ବଢ଼ାଇଥିବା ଦେଖୁବାକୁ ମିଳିଛି

Leave a Reply

Your email address will not be published. Required fields are marked *