ବ୍ୟାସନଗର ପୌର ପରିଷଦ ପକ୍ଷରୁ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ
ବ୍ୟାସନଗର ପୌରପରିଷଦ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସଂଗୀତା ପିଙ୍ଗୁଆ ଜାତୀୟ ପତାକା ଉତୋଳନ କରିିଥିଲେ । ଦେଶର ଅଖଣ୍ଡତା ରକ୍ଷା ପ୍ରତ୍ୟେକ ନାଗରିକର ପ୍ରଥମ କର୍ତବ୍ୟ ବୋଲି ଅଧକ୍ଷା କହିବା ସହିତ ବ୍ୟାସନଗର ଅଂଚଳର ଐତିହ୍ୟ ଓ ପରମ୍ପରା ସଂପର୍କରେ ଅଭିଭାଷଣ ରଖିଥିଲେ । ଏହି ଅବସରରେ ଅନୁଷ୍ଠିତ ସମ୍ମିଳିତ ପ୍ୟାରେଡରେ ଅଧକ୍ଷା ଶ୍ରୀମତୀ ପିଙ୍ଗୁଆ ଅଭିବାଦନ ଗ୍ରହଣ କରିଥିଲେ ।ଏନସିସି, ସ୍କାଉଟ୍ସ ଗାଉଡ୍ସ ସମେତ ବିଭିନ୍ନ ସ୍କୁଲ ଓ କଲେଜର 29ଟି ଟ୍ରୁପ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । କୃତୀ ପ୍ରତିଯୋଗୀଙ୍କୁ ଅଧକ୍ଷା ଏବଂ ଅତିରିକ୍ତ ଏସପି ସିଲଭର୍ସ ତୋପ ପୁରସ୍କୃତ କରିଥିଲେ । ଆଜିର ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଉପାଧ୍ୟାକ୍ଷଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।ରିପୋର୍ଟ- ଜ୍ୟୋତି ପ୍ରକାଶ ଭୂୟାଁ, ବ୍ୟାସନଗର।
