ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରାହମା ଠାରେ ପାରାଦ୍ୱୀପ କଂଗ୍ରେସ ପକ୍ଷରୁ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରାହମା ଠାରେ ପାରାଦ୍ୱୀପ କଂଗ୍ରେସ ପକ୍ଷରୁ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୁଥ ସ୍ତରୀୟ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କଂଗ୍ରେସ ପର୍ଯ୍ୟବେକ୍ଷକ ରୋହିତ ମେନେରୀ ଜୀ ଙ୍କ ସହିତ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ର ଯୁବ ନେତା ନିରଂଜନ ନାୟକ ଓ ପାରାଦୀପ ନିର୍ବାଚନ ମଣ୍ଡଳୀ ର ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ମାନେ ଯୋଗ ଦେଇ ଆଗାମୀ ସାଧାରଣ ନିର୍ବାଚନରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେ କିପରି ଭଲ ପ୍ରଦର୍ଶନ କରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟ କଂଗ୍ରେସ ସଭାପତି ଶରତ ପଟନାୟକ ଙ୍କ ନେତୃତ୍ୱରେ ପାରାଦ୍ୱୀପ ରେ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବା ସହିତ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ରୋହୀତ ଜୀ କହିବା ସହିତ ଓଡ଼ିଶା ରେ କଂଗ୍ରେସ ସରକାର ଗଢ଼ିବ ବୋଲି ଦୃଢତାର ସହିତ କହିଛନ୍ତି । ସେହିପରି କଂଗ୍ରେସ ଦଳ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେ ସଂଗଠିତ ହୋଇ ରହିଛି ବୋଲି ଜିଲ୍ଲା ସଭାପତି କହିଥିବା ବେଳେ ଯୁବ ନେତା ତଥା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ର ଆଶାୟୀ ପ୍ରାର୍ଥୀ ନିରଂଜନ ନାୟକ ମଧ୍ୟ ପ୍ରତି ପଂଚାୟତ ଓ ପାରାଦୀପ ପୋୖରାଞ୍ଚଳ ରେ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସଂଗଠନ କୁ ଅଧିକ ଶକ୍ତିଶାଳୀ କରିଥିବା ବେଳେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *