ବିଜେପି ପକ୍ଷ ରୁ ବାଇକ ଶୋଭାଯାତ୍ରା ଅନୁଷ୍ଠିତ

କନ୍ଧମାଳ, ତା 15/5/25 କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ରାଇକିଆ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କରଡ଼ା, ବଡବାରବା, ଇନ୍ଦ୍ରଗଡ଼ ଓ ରଣବା ପଂଚାୟତ ରେ ବିଜେପି ପକ୍ଷ ରୁ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ନେତ୍ରମାନ ସେଠ ଙ୍କ ଉପସ୍ଥିତି ରେ ଚାରି ଶହରୁ ଉର୍ଦ୍ଧ ବାଇକ ଓ ହଜାର ରୁ ଉର୍ଦ୍ଧ ସମର୍ଥକଙ୍କ ଶହ ମୋଟର ସାଇକେଲ ଶୋଭାଯାତ୍ରା କରଡ଼ା ପଂଚାୟତର ତୋଟା ସାହି ଠାରୁ ପୋଢମାରୀ କନାଡି ବଡବାରବା, ଇନ୍ଦ୍ରଗଡ଼ ଓ ରଣବା ପଂଚାୟତ ପରିକ୍ରମା କରିଥିଲେ ଘୁ. ଉଦୟଗିରି ବିଧାୟକ ପ୍ରାର୍ଥୀ ମାନ ଗୋବିନ୍ଦ ପ୍ରଧାନ। ପ୍ରତ୍ୟେକ ଘରେ ଘରେ ପହଂଚି ପଦ୍ମ ଫୁଲ ଚିହ୍ନ ରେ ବିପୁଳ ମାତ୍ରା ରେ ଭୋଟ ଦେବା ପାଇଁ ଅନୁରୋଧ କରିବା ସହିତ ଭୋଟ ଭିକ୍ଷା ମାଗିଥିଲେ l ଏହି ଥର ରାଜ୍ୟ ରାଜନୀତି ରେ ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ ବୋଲି କହିଥିବା ବେଳେ lଆଜିର ଏହି ବିଶାଳ ଶୋଭାଯାତ୍ରା ରେ ରାଇକିଆ ବ୍ଲକର ଗୁମାମାହା ପଞ୍ଚାୟତ ର ମଣ୍ଡଳ ସଭାପତି ବୀରେନ୍ଦ୍ର ପ୍ରଧାନଙ୍କ ସହିତ ବହୁତ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଭିନ୍ନ ଛକ ଗୁଡିକରେ ବିଧାୟକ ପ୍ରାର୍ଥୀ ଙ୍କୁ ପ୍ରବଳ ଜନ ସମର୍ଥନ ମିଳିବା ସହ ଲୋକେ ପୁଷ୍ପମାଳ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *