ଢେଙ୍କାନାଳ ସାସଂଦ ପ୍ରାର୍ଥି ଅବିନାଶଙ୍କ ମାରାଥନ ପ୍ରଚାର

-କାମାକ୍ଷାନଗରରେ ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖଉଛି ବିଭିନ୍ନ ରାଜନୈତିକ ଦଳ ନିଜର ପତିଆରା ଜାହିର କରିବା ପାଇଁ ବିଭିନ୍ନ ରଣକୈାଶଳ ଆପଣାଉଥିବା ବେଳେ ଆଜି କାମାକ୍ଷାନଗର ବିଜେଡି ତରଫରୁ ଏକ ବିଶାଳ ରାଲି କରାଯାଇ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛି ଦଳ।ସ୍ଥାନିୟ ଆଳତୁମା ଠାରୁ ହଜାର ହଜାର ସଂଖ୍ୟାରେ ବାଇକ ରାଲିରେ ସାଂସଦ ପ୍ରାର୍ଥି ଅବିନାଶ ସାମଲ ଓ ବିଧାୟକ ପ୍ରାର୍ଥି ପ୍ରଫୁଲ୍ଲ କୁମାର ମଲ୍ଲିକ ସାମିଲ ହୋଇ ବଜାର ପରିକ୍ରମା କରିଥିଲା।ଏହି ବାଇକ ରାଲିରେ କାମାକ୍ଷାନଗର ଏନଏସି୧୫ଟି ଓ୍ବାଡ ସମେତ ବିଭିନ୍ନ ପଞ୍ଚାୟତର ଦଳିୟ କର୍ମିମାନେ ସାମିଲ ହୋଇଥିଲେ।ଏହା ସହିତ ସାଂସଦ ପ୍ରାର୍ଥି ଜଣେ ଯୁବ ଚେହେରା ଓ ଡକ୍ଟର ହୋଇଥିବାରୁ ଯୁବ ବର୍ଗ ସମେତ ସାଧାରଣ ଲୋକ ସେବା ପାଇପାରିବା ବୋଲି ଆଶା ରଖିଛିନ୍ତି।ବିଶେଷ କରି ଗ୍ରାମାଞ୍ଚଳର ଲୋକ ମାନଙ୍କର ପ୍ରଥମ ପସନ୍ଦ ହୋଇପାରିଛନ୍ତି।ଯୁବ ବର୍ଗ ଆଗକୁ ଆସି ନେତୃତ୍ବ ନେଲେ ରାଜ୍ୟ ସମେତ ଦେଶର ଭବିଷ୍ୟତ ଆଗକୁ ଆହୁରୀ ଉଜ୍ବଳ ହୋଇପାରିବ ବୋଲି ସମସ୍ତେ ଆଶା ରଖିଛନ୍ତି।ବିଶେଷ କରି ସାଂସଦ ଡାକ୍ତର ଯୋଗୁ ପ୍ରତ୍ୟେକଟି ଗରିବର କଥା ସଂସଦ ଭବନରେ ଉଠାଇ ତାହାକୁ ପୂରଣ କରିବାରେ ମୂଖ୍ୟ ଭୂମିକା ନିର୍ବାହ କରିବା ନେଇ ସାଧାରଣ ଲୋକ ଆଲୋଚନା ମଧ୍ୟ କରୁଛନ୍ତି।।ବାଇକ ରାଲି ସମୟରେ କର୍ମି ମାନଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବିଜୟ ସୁନିଶ୍ଚିତ ବୋଲି ନାରା ମଧ୍ୟ ଦେଇଥିଲେ।ଯୁବ ବର୍ଗ ମାନେ ନିଜ ଦାବିକୁ ସଠିକ ଭାବେ ସାଂସଦ ପ୍ରାର୍ଥିକୁ ଜଣାଇ ସମାଧାନ କରିପାରିବା ସହ ବିଜୟ ପାଇଁ ସଂଙ୍କଳ୍ପବଦ୍ଧ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *