ରକ୍ତଦାନ କରି ମାଆ ସମେତ ଦୁଇ ଯାଆଁଳା ଶିଶୁ ସନ୍ତାନ ର ଜୀବନ ବଞ୍ଚାଇଲେ ସାମ୍ୱାଦିକ
**ଜରୁରୀ ସମୟରେ ରକ୍ତଦାନ କରି ଗର୍ଭବତୀ ମାଆ ସହିତ ଦୁଇ ଯାଆଁଳା ଶିଶୁ ସନ୍ତାନ ର ଜୀବନ ବଞ୍ଚାଇଛନ୍ତି ଜଣେ ସାମ୍ବାଦିକ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ସାମ୍ବାଦିକ ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ ଙ୍କ ଏଭଳି ମହତ୍ କାର୍ଯ୍ୟ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସୂଚନା ଅନୁଯାୟୀ , ଛତିଶଗଡ଼ ରାଜ୍ୟ ଦେଓଭୋଗ ବ୍ଲକ ଗ୍ରାମ ଲଟପଡା ର ସ୍ତ୍ରୀ କୁ ପ୍ରସୂତି ପାଇଁ ରାୟଗଡ଼ା ଜିଲ୍ଲା ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ରକ୍ତ ନମୁନା ପରୀକ୍ଷା ପରେ ତାଙ୍କ ଶରୀରରେ ହିମୋଗ୍ଲୋବିନ୍ ପରିମାଣ କମ୍ ଥିବାରୁ ଅସ୍ତ୍ରୋପଚାର ହୋଇ ପାରିନଥିଲା । ଡାକ୍ତର ଶୀଘ୍ର ରକ୍ତ ଯୋଗାଡ଼ କରି ରକ୍ତ ନ ଦେଲେ ମାଆ ସହିତ ପେଟରେ ବଢ଼ୁଥିବା ଦୁଇ ଯାଆଁଳା ଶିଶୁ ସନ୍ତାନ କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଡାକ୍ତର ଜଣାଇବା ରୁ ପରିବାର ସମ୍ପର୍କୀୟ ଅନେକ ଲୋକ ମାନଙ୍କ ସହିତ ଯୋଗାଯୋଗ କରିଥିଲେ କିନ୍ତୁ ଗର୍ଭବତୀ ମହିଳା ଙ୍କ ଏ’ ପଜିଟିଭ୍ ବର୍ଗର ରକ୍ତ ହୋଇଥିବାରୁ ରକ୍ତ ଯୋଗାଡ଼ ହୋଇ ପାରି ନଥିଲା। ପରିବାର ସମ୍ପର୍କୀୟ ଚିନ୍ତାରେ ଭାଙ୍ଗି ପଡିଥିଲେ। ଏହି ଦୁଃଖଦ ଖବର ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର ର ପ୍ରତିଷ୍ଠାତା ଶ୍ରୀ ଉମାକାନ୍ତ ସୁନାନୀ ସୋସିଆଲ ମିଡ଼ିଆ ଫେସବୁକ୍ ରେ ରକ୍ତର ଅନୁରୋଧ କରିଥିଲେ। ସୋସିଆଲ ମିଡିଆ ଫେସବୁକ ରେ ଗର୍ଭବତୀ ମହିଳା ସହିତ ଦୁଇ ଯାଆଁଳା ଶିଶୁ ସନ୍ତାନ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ବେଳେ ଅତ୍ୟନ୍ତ ଜରୁରୀ ସମୟରେ ଏ’ ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକତା ଦେଖି ଧର୍ମଗଡ଼ ଅଞ୍ଚଳର ସାମ୍ବାଦିକ ଶ୍ରୀ ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଖାତିର ନକରି ଗର୍ଭବତୀ ମହିଳା ସହିତ ଦୁଇ ଯାଆଁଳା ଶିଶୁ ସନ୍ତାନ ର ଜୀବନ ବଞ୍ଚାଇବା ନିମନ୍ତେ ବାଇକ୍ ମାଧ୍ୟମରେ ସୁଦୂର ୧୨୭ କି.ମି ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲ ପହଞ୍ଚି ନିଜର ବହୁମୂଲ୍ୟ ରକ୍ତଦାନ କରିଥିଲେ। ରକ୍ତବୀର ଶ୍ରୀ ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ ଙ୍କ ଯୋଗୁଁ ଗର୍ଭବତୀ ମହିଳା ଓ ଦୁଇ ଯାଆଁଳା ଶିଶୁ ସନ୍ତାନ ର ଜୀବନ ବଞ୍ଚିଯାଇଛି । ରକ୍ତବୀର ଶ୍ରୀ ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ ଙ୍କୁ ଏହି ମହତ୍ କାର୍ଯ୍ୟ ପାଇଁ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି।
