ନିଜ ମୁଣ୍ଡକୁ ଦାୟିତ୍ଵ ନେଇଛନ୍ତି ମାଆ ସନ୍ଧ୍ୟାରାଣୀ ଦାସ
*ନିଜ ମୁଣ୍ଡକୁ ଦାୟିତ୍ଵ ନେଇଛନ୍ତି ମାଆ ସନ୍ଧ୍ୟାରାଣୀ ଦାସ*କୋରେଇ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସ କୃଷି ଅଂଚଳ ରେ ସଭା କରି ବିଜୁ ଜନତା ଦଳ ପାଇଁ ଭୋଟ ମାଗିଛନ୍ତି l ଏହି ସବୁ ସ୍ଥାନରେ ବିଶାଳ ନିର୍ବାଚନୀ ଜନସଭାରେ ସନ୍ଧ୍ୟାରାଣୀଙ୍କୁ ଲୋକମାନେ ଭବ୍ୟ ସ୍ଵାଗତ କରିଥିଲେ l ବିଜୁ ଜନତା ଦଳର ଲୋକସଭା ସାଂସଦ ଶ୍ରୀମତୀ ସର୍ମିଷ୍ଠା ସେଠୀ ଓ ବିଧାୟିକା ପ୍ରାର୍ଥୀନୀ ସନ୍ଧ୍ୟାରାଣୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରି ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ସାଶନ ଗାଦିରେ ବସାଇବା ପାଇଁ କୋରେଇ ବିଜେଡି ଦଳର ଆଗଧାଡିର ନେତା ମାନେ ଉକ୍ତ ସଭାସ୍ଥଳ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ l

ତେବେ ସନ୍ଧ୍ୟାରାଣୀଙ୍କ ଏପରି ନିର୍ବାଚନୀ ସଭା କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାର ଜନସମୁଦ୍ର ଛୁଟୁଥୁବା ଦେଖିବାକୁ ମିଳିଛି l ସଭା ସ୍ଥଳରେ ବିଜେତି ପ୍ରାର୍ଥନୀ ସନ୍ଧ୍ୟାରାଣୀ ଦାସ ଜିନ୍ଦାବାଦ, ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବବିଭାଇ ଜିନ୍ଦାବାଦ, ବବି ଭାଇ ଲଙ୍ଗଲିଭ୍ ନାରାରେ ପ୍ରକମ୍ପିତ ହୋଇଉଠୁଛି
