ବଳରାମପୁର ପଂଚାୟତରେ ବିଜେପିର ମିଶ୍ରଣ ପର୍ଵ

*ସରପଂଚ ଙ୍କ ସହିତ 500 ରୁ ଉର୍ଦ୍ଧ୍ବ ଲୋକ ବିଜେପିରେ ସାମିଲଆଙ୍କର- ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ବଳରାମପୁର ପଂଚୟତରେ ବିଜେପିର ର ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇ ଯାଇଛି । ଶତାଧିକ କର୍ମୀ ଏକ ବିଶାଳ ବାଇକ ଶୋଭାଯାତ୍ରା ନୂଆ ବସ ଷ୍ଟାଣ୍ଡ ନିକଟରୁ ବାହାରି ବଳରାମପୁର ପଂଚାୟତରେ ପହଁଚି ଥିଲେ । ବିଜେପି ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କଂଗ୍ରେସ ର ସରପଞ୍ଚ ଅଞ୍ଜନ ଶାମଲ ଆଜି କଂଗ୍ରେସ ଦଳ ଛାଡି ବିଜେପି ରେ ଯୋଗ ଦେଇ ଛନ୍ତି । ତାଙ୍କ ସହିତ ପ୍ରାୟ 500 ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀମାନେ ମଧ୍ୟ ବିଜେପି ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇ ଥିବା ବେଳେ ଆଗାମୀ ଦିନରେ କିଭଳି ଭାରତୀୟ ଜନତା ପାର୍ଟି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ବିଜୟ ଲାଭ କରିବ ସେନେଇ ଉଦ୍ୟମ ଜାରି ରହିବ ବୋଲି ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ ଓ ସରପଞ୍ଚ ଅଞ୍ଜନ ଶାମଲ କହିଛନ୍ତି ।

Leave a Reply

Your email address will not be published. Required fields are marked *