ରମ୍ପାସ ପଡ଼ିଆଠାରେ ବିଜେଡି଼ ର ସମ୍ବର୍ଦ୍ଧନା ଓ କର୍ମିସମ୍ମୀଳନୀ ସମାବେଶ କାର୍ଯ୍ୟକ୍ରମ
**କୋରେଇ ନିର୍ବାଚନ ମଣ୍ଡଳୀର ‘ବିଜେଡ଼ି ପ୍ରାର୍ଥୀନୀ ସମ୍ମାନସ୍ପଦ ସନ୍ଧ୍ୟାରାଣୀ ଦାସ’କୁ ବିପୁଳ ଭୋଟରେ ଜିତାଇବା ଲାଗି ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଓ୍ବାର୍ଡ଼ ନଂ-୫ ର କାଉନସିଲର ଶ୍ରୀମତୀ ମୋନାଲିସା ସାହୁଙ୍କ ନେତୃତ୍ବରେ ରମ୍ପାସ ପଡ଼ିଆଠାରେ ଏକ ସମ୍ବର୍ଦ୍ଧନା ଓ କର୍ମିସମ୍ମୀଳନୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ବିଜେଡି଼ ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ କରି ମୁଁ ଏବଂ ମୋର, ଦୁଇ ପୁଅ (ବବି ଓ ଲଲ) ଏହି ୱାର୍ଡ଼ ଓ ବ୍ୟାସନଗରର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ଅନ୍ୟଦଳର ବହୁ ସଂଖ୍ୟକ କାର୍ଯ୍ୟକର୍ତା ମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଏହି ସଭା କାର୍ଯ୍ୟକ୍ରମରେ ପ୍ରାର୍ଥୀନୀ ସନ୍ଧ୍ୟାରାଣୀଙ୍କ ଠାରୁ ବିଜେଡ଼ି ଉର୍ତରିୟ ଗ୍ରହଣ କରି ଦଳରେ ସାମିଲ ହୋଇଥିଲେ l ସବୁବର୍ଗର ବହୁ ସଂଖ୍ୟକ ଜନସାଧାରଣ ଭୋଟର ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ନଜାରାକୁ ଦେଖିବାକୁ ମିଳିଥିଲା l ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
