ରେଳ ପ୍ରକଳ୍ପର ଫାଇନାଲ ଲୋକେସନ ସର୍ଭେର କାର୍ଯ୍ୟାରମ୍ଭ

*ନରସିଂହପୁର-କଣ୍ଟିଲୋ-ଖଣ୍ଡପଡ଼ା ମାର୍ଗ ଦେଇ ଅନୁଗୁଳ-ନୟାଗଡ଼ ରେଳପଥ ଏବଂ ଖୋର୍ଦ୍ଧା ଟାଉନ ଓ କାଇପଦର ମଧ୍ୟରେ କର୍ଡ ଲାଇନ (120 କି.ମି.) ପ୍ରସ୍ତାବିତ ରେଳ ପ୍ରକଳ୍ପର ଫାଇନାଲ ଲୋକେସନ ସର୍ଭେର କାର୍ଯ୍ୟାରମ୍ଭ |*ନରସିଂହପୁର-କଣ୍ଟିଲୋ-ଖଣ୍ଡପଡ଼ା ମାର୍ଗ ଦେଇ ପ୍ରସ୍ତାବିତ ଅନୁଗୁଳ-ନୟାଗଡ଼ ରେଳପଥ ଏବଂ ଖୋର୍ଦ୍ଧା ଟାଉନ ଓ କାଇପଦର ମଧ୍ୟରେ ପ୍ରସ୍ତାବିତ କର୍ଡ ଲାଇନ (ମୋଟ 120 କିଲୋମିଟର ଦୂରତା) ପ୍ରକଳ୍ପ ପାଇଁ ଫାଇନାଲ ଲୋକେସନ ସର୍ଭେ (ଅନ୍ତିମ ଅବସ୍ଥାନ ସର୍ବେକ୍ଷଣ) ର କାର୍ଯ୍ୟ ଇତି ମଧ୍ୟରେ ଆରମ୍ଭ କରାଯାଇଅଛି | ଏହି ପ୍ରକଳ୍ପର ଫାଇନାଲ ଲୋକେସନ ସର୍ଭେକୁ 07 ଫେବୃୟାରୀ 2024 ରେ ରେଳ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ କରାଯାଇଥିଲା |

• ପ୍ରସ୍ତାବିତ ଅନୁଗୁଳ-ନୟାଗଡ଼ ରେଳପଥ ଏବଂ ଖୋର୍ଦ୍ଧା ଟାଉନ ଓ କାଇପଦର ମଧ୍ୟରେ କର୍ଡ ଲାଇନର ଫାଇନାଲ ଲୋକେସନ ସର୍ଭେ ଏବଂ DPR ର କାର୍ଯ୍ୟାନୁପ୍ତି ପାଇଁ 08 ଏପ୍ରିଲ 2024 ରେ କାର୍ଯ୍ୟ ଅର୍ଡର ପ୍ରଦାନ କରାଯାଇଛି | ଆଲାଇନମେଣ୍ଟ୍ କୁ ଅନ୍ତିମ ରୂପ ଦେବା ପାଇଁ ବର୍ତ୍ତମାନ ସର୍ଭେ କାର୍ଯ୍ୟ ଚାଲୁରହିଅଛି | DPR କାର୍ଯ୍ୟ ପ୍ରକ୍ରିୟା ପ୍ରସ୍ତୁତି ମଧ୍ୟ ଚାଲୁରହିଛି ଏବଂ ଏହି ପ୍ରକଳ୍ପର ପ୍ରକ୍ରିୟା ଗୁଡିକ ଚୂଡାନ୍ତ ହେଲାପରେ ଏହାକୁ ପରବର୍ତୀ କାର୍ଯ୍ୟପନ୍ଥା ପାଇଁ ରେଳ ବୋର୍ଡ ନିକଟରେ ଦାଖଲ କରାଯିବ |• ଏହି ପ୍ରସ୍ତାବିତ ରେଳ ପ୍ରକଳ୍ପ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ରେଳ ନେଟୱର୍କ ମଧ୍ୟରେ ଯୋଡ଼ିବ ଏବଂ ଏହା ମଧ୍ୟ ପ୍ରକୃତି ପର୍ଯ୍ୟଟନର ବିକାଶ କରିବା ସହିତ ବଣୁଆ ଜୀବଜନ୍ତୁ ଅଭୟାରଣ୍ୟକୁ ମଧ୍ୟ ସଂଯୋଗ ପ୍ରଦାନ କରିବ |• କଣ୍ଟିଲୋ ଏବଂ ଖଣ୍ଡପଡା ଅଞ୍ଚଳରେ ବ୍ରାସ୍ ଏବଂ ଘଣ୍ଟି ଧାତୁ ହସ୍ତଶିଳ୍ପ ପାଇଁ ଏହା ନୂତନ ବଜାର ସୃଷ୍ଟି କରିବାରେ ସାହାଯ୍ୟ କରିବ ଯାହା ସ୍ଥାନୀୟ କାରିଗର ମାନଙ୍କର ଅଧିକ ବିକାଶ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ | • ଏହା ବ୍ୟତୀତ, ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ବନ୍ଦରକୁ କୋଇଲା ପରିବହନ ପାଇଁ ସହାୟକ ହେବ ସହିତ ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବ |• ଏହି ପ୍ରସ୍ତାବିତ ରେଳ ଲାଇନ ନୟାଗଡ଼ ଟାଉନ ଷ୍ଟେସନ ଠାରେ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନକୁ ସଂଯୋଗ କରିବ ଏବଂ ଖୋର୍ଦ୍ଧା ଟାଉନ୍ ଷ୍ଟେସନ୍ ଠାରୁ କାଇପଦର ଷ୍ଟେସନ ପର୍ଯ୍ୟନ୍ତ ଏକ କର୍ଡ ଲାଇନ ନିର୍ମାଣ କରାଯାଇ ଖୋର୍ଦ୍ଧା ରୋଡ଼-ବିଜୟନଗରମ ମେନ ଲାଇନ ଠାରେ ସଂଯୋଗ କରାଯିବ |

Leave a Reply

Your email address will not be published. Required fields are marked *