ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିରିଡି ବ୍ଲକ ରେ ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଙ୍କ ପାଇଁ ପ୍ରଚାର କଲେ ଅଚ୍ୟୁତ ସାମନ୍ତ ଓ ଚିରଞ୍ଜୀବ ବିଶ୍ୱାଳ

– ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରେ ଜମୁଛି ପ୍ରଚାର । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତିକି ଜୋରଦାର ହେବାରେ ଲାଗିଛି । ଆଜି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ନେତା ଅଚ୍ୟୁତ ସାମନ୍ତ ଓ ଚିରଞ୍ଜୀବ ବିଶ୍ୱାଳ । ବିରିଡି ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଅଢଙ୍ଗ ଗଡ଼ ନିକଟରେ ପହଁଚି ନିର୍ବାଚନୀ ସଭାରେ ଯୋଗଦେଇ ରମାକାନ୍ତ ଭୋଇ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ସଭାରେ ସଷ୍ଟାଙ୍କ ପ୍ରମିପାତ କରି ଭୋଟ ଭିକ୍ଷା କରିଥିଲେ । ନବୀନ ପଟ୍ଟନାୟକଙ୍କ ସରକାର ରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରେ ଅନେକ ଉର୍ଣ୍ଣତ ମୂଳକ କାର୍ଯ୍ୟ ହୋଇଛି । ଆଉ ଯାହା ବାକି ଅଛି ଆଗାମୀ ଦିନରେ ପୂରଣ କରାଯିବ ବୋଲି ଅତିଥିମାନେ କହିଛନ୍ତି ।

ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିପରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ସେଥିପାଇଁ ଗୋଟିଏ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଓ ଗୋଟିଏ ସାଂସଦ ପ୍ରାର୍ଥୀ ଡ଼ଃ ରାଜଶ୍ରୀ ମଲ୍ଲିକଙ୍କୁ ଯୋଡି ଶଙ୍ଖ ରେ ଭୋଟ ଦେବାକୁ ନିବେଦନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ସଂଖ୍ୟାରେ କର୍ମୀ ମାନେ ଯୋଗଦେଇ ବେଶ ଉତ୍ସାହିତ ଥିବା ଦେଖାଯାଇଛି ।

Leave a Reply

Your email address will not be published. Required fields are marked *