ନିର୍ବାଚନ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା

ପୁରୀ ୨୨/୫ ଆଗାମୀ ନିର୍ବାଚନ ପାଇଁ ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଛି।ନିର୍ବାଚନ ପୂର୍ବ, ନିର୍ବାଚନ ଦିନ ,ନିର୍ବାଚନ ପରବର୍ତ୍ତୀ ଦିନ ସହ ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଙ୍କ ନେତୃତ୍ୱରେ କଡାକଡି କରାଯାଇଛି ।ଜିଲ୍ଲାର ମୋଟ ୧୫୯୮ ଟି ବୁଥ ୧୨୨୨ ଟି ଲୋକେସନ ରେ ରହିଛି।ସେଥି ମଧ୍ୟରୁ ୧୮୨ ଟି ବୁଥ କୁ କ୍ରିଟିକାଲ ବା ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ସୁରକ୍ଷା ପଦକ୍ଷେପ ନିଆ ଯାଇଛି।୨୪୬ ଟି ସଖି ବୁଥ କରାଯାଇଛି। ୧୭୬ ଟି ସେକ୍ଟର ଓ ୧୦୨ ଟି ମୋବାଇଲ ଲୋକେସନ ହୋଇଛି।୩୬ ଟି ଫ୍ଲାଇଙ୍ଗ ସ୍କ୍ୱ।ର୍ଡ,୩୬ ଷ୍ଟାଟିକ ସର୍ଭିଲାନ୍ସ ଟିମ,୮ଟି ଚେକପୋଷ୍ଟ ଓ ୬ ଟି କୁଇକ ରେସପନ୍ସ ଟିମ କାର୍ଯ୍ୟ କରୁଛି।ନିୟମିତ ଧରପଗଡ଼ ସହ ଅବକାରୀ ଚଢ଼ାଉ ଜାରି ରହିଛି ଓ ୫୪୨ ଜଣ ଙ୍କୁ ଗିରଫ କରାଯାଇ ମାଦକ ଦ୍ରବ୍ୟ ମଧ୍ୟ ଜବତ ହୋଇଛି।ଲାଇସେନ୍ସ ପ୍ରାପ୍ତ ୬୬୮ ବନ୍ଧୁକକୁ ଫେରେଇ ଅଣା ଯାଉଛି।ନିର୍ବାଚନ ଦିନ ୧୧ କମ୍ପାନୀ ସିଏପିଏଫ ବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଓ ୫୩ ସେକ୍ସନ ଏସ ଏ ପି ବା ରାଜ୍ୟ ସଶସ୍ତ୍ର ପୋଲିସର ବ୍ୟବସ୍ଥା ହୋଇଛି।ଷ୍ଟ୍ରଙ୍ଗ ରୁମ ସୁରକ୍ଷା ପାଇଁ ୩ ପ୍ଲାଟୁନ ସିଏପିଏଫ ଓ ୩ ପ୍ଲାଟୁନ ଏସ ଏ ପି ବ୍ୟବସ୍ଥା ହୋଇଛି।ସେହିପରି ଭୋଟ ଗଣତି ଦିନ ପାଇଁ ୪୮ ସେକ୍ସନ ସୁରକ୍ଷା ବଳ ଉପସ୍ଥିତ ରହିବେ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର ଅବଗତ କରାଇଛନ୍ତି।

Leave a Reply

Your email address will not be published. Required fields are marked *