କୋରେଇ କୁ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ କୁ ପ୍ରସ୍ତୁତି ଜୋରଦାର

** ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନ ପାଇଁ ଆସନ୍ତା ଜୁନ ୧ ତାରିଖ ତଥା ଚତୁର୍ଥ ପର୍ଯ୍ୟାୟରେ କୋରାଇରେ ଭୋଟ ଗ୍ରହଣ ହେବ l ତେବେ ଏହି ନିର୍ବାଚନରେ ବିଜୟୀ ଲାଗି ସବୁଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର ର କସରତ ଜାରି ରହିଥିବା ବେଳେ କୋରାଇ ବିଜେଡି ତାର ଗଡ଼କୁ ଦଳ ପୂର୍ବ ଭଳି ପୂର୍ନବାର ଅକ୍ତିଆର କରିବାଲାଗି ଆପ୍ରାଣ ଉଦ୍ୟମ ଚଳାଇଛି l ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ଶୁକ୍ରବାର କୋରାଇ ଆସି ଦଳୀୟ ବିଧାନସଭା ସଭା ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ ଓ ଲୋକ ସଭା ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀ ଙ୍କ ବିଜୟ ଲାଗି କୋରେଇ ର ନିର୍ବାଚନ ମୈଦାନ ରେ ଭୋଟର ଙ୍କ ଯୋଶ ବଢ଼ାଇବାର ସୂଚନା ମିଳିଛି l ଏଥିନେଇ ଦଳ ପକ୍ଷରୁ ଗ୍ରସ୍ତ କାର୍ଯ୍ୟକ୍ରମ ପାଇଁ ଚୁଡାନ୍ତ ପ୍ରସ୍ତୁତି ହୋଇଛି।

ଯାହାକି କୋରାଇ ବ୍ଲକ ଅନ୍ତର୍ଗତ ତଳଗଡ ପଂଚାୟତର ନଗୁଆଁ ସ୍ଥିତ ବ୍ରାହ୍ମଣୀଦେବୀ ଖେଳ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସଭା ଆୟୋଜିତ ନିର୍ବାଚନୀ ସଭା ଅପରାହ୍ନ ସାଢେ ୪ ଟାରେ ହେବା ନିମନ୍ତେ ସୂଚନା ଅବଗତ ହୋଇଛି l ଏଥିପାଇଁ ପ୍ରଶାସନ ପକ୍ଷରୁ ସଭା ସ୍ଥଳ ପରିଦର୍ଶନ କରାଯାଇଥିବା ବେଳେ ପାକିଂ ବ୍ୟବସ୍ଥା, ସାଧାରଣ ଲୋକ ଓ ଗାଡ଼ି ମଟର ଯାତାୟାତ ଉପରେରେ ଧ୍ୟାନ ଦିଆଯାଇଛି। ଅନ୍ୟପକ୍ଷରେ ଦଳ ପକ୍ଷରୁ ମଧ୍ୟ ସଭାସ୍ଥଳରେ ମଞ୍ଚପ୍ରସ୍ତୁତି ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଁଚୁଛି l ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କୋରେଇ ଗ୍ରସ୍ତ କୁ କୁ ନେଇ ଅଂଚଳ ର ରାଜନୈତିକ ମାହୋଲ ରେ ସ୍ୱାଗତ କରାଯାଉଛି

Leave a Reply

Your email address will not be published. Required fields are marked *