ବାଣପୁର ସମାବେଶରେ ଯୋଗ ଦେଲେ ବୁଲଡୋଜର ବାବା
ବାଣପୁର ସମାବେଶରେ ଯୋଗ ଦେଲେ ବୁଲଡୋଜର ବାବା ଯୋଗୀ ଆଦିତ୍ୟ ନାଥ lବାଣପୁର ଐତିହାସିକ ପଲଟଣ ପଡିଆରେ ଭାରତୀୟ ଜନତା ଦଳର ବିଜୟ ସଂକଳ୍ପ ସମାବେଶ ଯୋଗ ଦେଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଓଡିଶା ରେ ବିପୁଳ ସଂଖ୍ୟା ରେ ବିଜେପି ବିଜୟ ଲାଭ କରି ସରକାର ଗଢିବା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଓ ପୁରୀ ସାଂସଦ ପ୍ରତିନିଧି ଡକ୍ଟର ସମ୍ବିତ ପାତ୍ର ଙ୍କୁ ଜିତାଇବା ପାଇଁ ପ୍ରଚାର ନିମନ୍ତେ ଆଜି ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଏହି ସମାବେଶ ରେ ଚିଲିକା,ବାଣପୁର ଓ ବାଲୁଗାଁ ଅଞ୍ଚଳ ରୁ ହଜାର ହଜାର ବିଜେପି ସମର୍ଥକ, ନେତା ଓ କର୍ମୀ ମାନେ ଏକତ୍ରିତ ହୋଇଥିଲେ ଏହି ସମାବେଶ ବାଣପୁର ଠାରେ,ଯୋଗୀ ଲୋକଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ମାଗିବା ସହିତ ସିଧା ବିଜେଡି, କଂଗ୍ରେସ ଓ ଟି.ଏମ.ସି ଉପରେ ବାର୍ଷିଥଲେ, ତା ପରେ ମହା ପ୍ରଭୂ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ବିଷୟରେ ବଖାଣିବା ସହିତ ବିଜେଡି 5ଟି ଅଧକ୍ଷ ଭି. କେ. ପାଣ୍ଡିଆନ ତାମିଲ ଶାସନ, ଖଣି ମାଫିଆ, ବାଲି ମାଫିଆ ଓ ଜମି ମାଫିଆ ଉପରେ ବୁଲଡୋଜର ଚଢାଇ ସମାପ୍ତ କରିବାସହିତ ବିପୁଳ ପରିମାଣରେ ଭୋଟ ଦେଇ ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନ କରିବାକୁ ଜନସାଧାରଣ କୁ ଆୱାନ ଦେଇଥିଲେ ଯୋଗୀ ଆଦିତ୍ୟ ନାଥ l ଓଡ଼ିଶାରେ ଡବଲ ଇଂଜିନ ବିଜେପି ସରକାର ଆସିଲେ ୟୁପି ଭଳି ଓଡ଼ିଶାର ବିକାଶ ହେବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟ ନାଥ, ଫିର ଏକବାର ମୋଦି ସରକାର ଓ ଅବକି ବାର ଚାରଶୋ ପରେ କହିଛନ୍ତି ଯୋଗୀ, ଜୟ ଜଗନ୍ନାଥ ଓ ଜୟ ଶ୍ରୀ ରାମ ନାରା ରେ କମ୍ପି ଉଠୁଥିଲା ସଭାସ୍ଥଳୀ, ଛତିଶଗଡ ଶିକ୍ଷା ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ ବାଣପୁର ସମାବେଶରେ ମଧ୍ୟ ଯୋଗଦେଇଥିଲେ l ବାଣପୁର ନିର୍ବାଚନ ସଭା ରେ ସ୍ୱଳ୍ପ ସମୟ ରହି ହେଲିକପ୍ଟର ଯୋଗେ କେନ୍ଦ୍ରପଡା ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଚାଲି ଯାଇ ଥିଲେ ଯୋଗୀ ଆଦିତ୍ୟ ନାଥ !
