ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ବୈଠକ
ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ବୈଠକ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ଆଭାସି ବୈଠକ ରାଜ୍ୟ ଫୋରମ୍ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ମଇ ମାସ ତିରିଶି ତାରିଖ ରାତ୍ର ଆଠ ଘଟିକା ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଆଗାମୀ ଜୁନ ମାସ ନଅ ତାରିଖ ରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରୀରେ ହେବାକୁ ଥିବାରୁ କିପରି ବୈଠକ ଟି ଫଳପ୍ରଦ ହେବ, ସେଥିପାଇଁ ଆଲୋଚନା କରାଯାଇଥିଲା। ଏଥି ସହିତ ଜୀବନବ୍ୟାପୀ ସାଧନା କରି କିପରି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ମାନେ ସିଦ୍ଧି ଲାଭ କରିଛନ୍ତି, ସେମାନଙ୍କ ଜିବନାବଳୀ କୁ ନେଇ ପୁସ୍ତକ ପ୍ରକାଶିତ ହେବାର ଥିବାରୁ , ଏହାକୁ ଫଳପ୍ରଦ କରିବା ପାଇଁ ଆଲୋଚନା କରାଯାଇଥିଲା ପ୍ରଥମ ସଂସ୍କରଣ ଡି.ଟି.ପି. କାର୍ଯ୍ୟ ଶେଷ ହୋଇଥିବାରୁ ସମ୍ପାଦନା ମଣ୍ଡଳୀ ଏହାକୁ ତଦାରଖ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

ପୁରୀ ବୈଠକ କୁ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ସି.ବି.ଆଇ ଭିକାରୀ ଚରଣ ରାଉତ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓଡ଼ିଶା, ତଥା ପ୍ରାକ୍ତନ ଜିଲ୍ଲାପାଳ ବାଲେଶ୍ବର ସନାତନ ମଲ୍ଲିକ , ବିଶିଷ୍ଟ ଅତିଥି ଭାବେ ଦୈନିକ ଖବରକାଗଜ ସମାଜ ର ସମ୍ପାଦକ ତଥା ବୈଜ୍ଞାନିକ ଡଃ ପ୍ରମୋଦ କୁମାର ମହାପାତ୍ର, ଓସେପା ର ଯୁଗ୍ମ ନିର୍ଦେଶକ ମହେଶ୍ୱର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ପୁରୀ ତଥା ଡି.ପି.ସି.,ପୁରୀ ଦୀପକ କୁମାର ପାଢ଼ୀ,ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଡି.ପି.ସି କଟକ ଡଃ ସନ୍ତୋଷ କୁମାର ରାଉତ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପୁରୀ ହିମାଂଶୁ ଭୂଷଣ ସାମରଥ, ଅଧ୍ୟକ୍ଷ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରୀସନ୍ତୋଷ ପରିଡ଼ା ଯୋଗଦାନ କରି “ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଙ୍କ ସ୍ଥିତି ଓ ଭୂମିକା ଉପରେ ଆଲୋଚନା କରିବା ର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ବୋଲି ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ରେ ରାଜ୍ୟ ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଡଃ ଗଙ୍ଗୋତ୍ରୀ ଦେବୀ ଉପସଭାପତି ଦୁଃଖ ବନ୍ଧୁ ସାହୁ, କୃଷିଦା ବେଗମ୍, ସମ୍ପାଦକ ବସନ୍ତ କୁମାର ସାହୁ, ମନୋଜ ମଞ୍ଜରୀ ଲେଙ୍କା, ଇଭେଣ୍ଟ ମେଣ୍ଟ ପ୍ରମୂଖ ସଞ୍ଜୁବାଳା ମିଶ୍ର, ରଶ୍ମୀ ବାଳା ରାଉତରାୟ, ଉର୍ମିଳା ସାମଲ, ପବିତ୍ର ମୋହନ ଦାସ,ସୈାଭାଗ୍ୟ କୁମାର ପଟେଲ, ସ୍ବର୍ଣ୍ଣ ଲତା ତ୍ରିପାଠୀ,ଚାରୁବାଳା ମିଶ୍ର, ବଳରାମ ସାହୁ,ବିନୟ କୁମାର ପାଣି, ଶଶି ଶେଖର କରଶର୍ମା, ଡଃ ନିରଞ୍ଜନ ଦାଶ, ନିଳିମା କୁମାରୀ ସାହୁ, ଡଃ ପ୍ରଦୀପ କୁମାର ମିଶ୍ର ବୈଲୋଚନ ସାହୁ, ଉର୍ମିଳା ସାମଲ,ବିବାସିନୀ ମିଶ୍ର ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଜଗନ୍ନାଥଙ୍କ ଶ୍ରୀ ଚରଣ ରେ ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରିଥିଲେ ଉର୍ମିଳା ସାମଲ ଓ ବିବାସିନୀ ମିଶ୍ର। ସାଧାରଣ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ଶ୍ରୀ ସାହୁ ସଭାକୁ ବିରତି ଘୋଷଣା କରିଥିଲେ।
