ଆମେ ସବୁ ଭାରତୀୟ


ଭାରତ ମାତାର ସନ୍ତାନ ସନ୍ତତି ଆମେ ସବୁ ଭାରତୀୟ
ଏକତା ମନ୍ତ୍ରରେ ଏକତା ରଜୁରେ ରହିଛୁ ସଭିଏଁ ମନରେ ନଥାଏ ଭୟ
ଆମେ ସବୁ ଭାରତୀୟ।
ବେଶ ପୋଷାକ ରେ ଅଲଗା ଥିଲେ ଯେ ସଂସ୍କୃତି ଆମର ଏକ
ଭାଷା ଅମର ଅନେକ ଥିଲେ ଯେ
ରଖିଛୁ ଭାରତ ଟେକ
ଆମେ ସବୁ ଭାରତୀୟ
ମନରେ ରଖିଛୁ ଲୟ।
ହିନ୍ଦି ଆମର ରାଷ୍ଟ୍ରୀୟ ଭାଷା
ତ୍ରିରଙ୍ଗା ପତାକା ଆମରି ଟେକ
ଏହି ପତାକା କୁ ସଲାମ କରୁଛୁ
ଜାତୀୟ ପତାକା ଆମରି ଟେକ
ଆମେ ସବୁ ଭାରତୀୟ
ମନରେ ରଖିଛୁ ଲୟ।
ଗଣତନ୍ତ୍ର ରାଷ୍ଟ୍ର ଅଟଇ ଭାରତ
ଶାସନ ଆମରି ହାତେ
ଆମେ ସବୁ ବାଛି ଭୋଟ ମଧ୍ୟରେ ତିଆରି କରୁଛି ନେତା
ଆମେ ସବୁ ଭାରତୀୟ
ମନରେ ରଖିଛୁ ଲୟ।
ହରିହର ସାହୁ
(ରାଜ୍ୟ ପ୍ରକୃତି ବନ୍ଧୁ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା।
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା।

Leave a Reply

Your email address will not be published. Required fields are marked *