ଗ୍ରାମାଞ୍ଚଳର ଭୂମିହୀନ ପରିବାରଙ୍କୁ ଘରଡ଼ିହ ପଟ୍ଟା ଓ ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନରେ ଜମି ପ୍ରମାଣପତ୍ର

ଭଦ୍ରକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାପା ଜେଳେ ଅମଳରୁ ରହିଆସୁଥ‌ିବା ଭୂମିହୀନ ପରିବାରମାନେ । ଆମ୍ଭଙ୍କୁ ଘରଡ଼ିହ ପଟ୍ଟା ଓ ଦଖଲ ଜମିର ପଟ୍ଟା ଜାଗା ମିଶନରେ ଜମି ପ୍ରମାଣପତ୍ର ଯୋଗାଇଦେବାକୁ ଭଦ୍ରକର ପୂର୍ବତନ ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ବାରମ୍ବାର ଜଣାଇଛୁ । ୨୦୧୪ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ପ୍ରଶାସନ କିପରି ଭୂମିହୀନ ଓ ଘରଡ଼ିହ ପରିବାରମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ଚାଲିଛନ୍ତି । ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଳକ ସମେତ ଭଣ୍ଡାରିପୋଖରୀ, ତିହିଡ଼ି, ଚାନ୍ଦବାଲି, ବନ୍ତ ବ୍ଳକ୍ ସମେତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହୁଥ‌ିବା ଭୂମିହୀନ ଘରଡ଼ିହ ପରିବାରମାନଙ୍କୁ ୧୯୪୭ ମସିହାରୁ ଆଜି ପର୍ଯ୍ୟନ୍ତ ଘରଡ଼ିହ ପଟ୍ଟା ଓ ଏବେକାର ଜାଗା ମିଶନରେ ଜାଗା ପ୍ରମାଣପତ୍ର ମିଳିପାରିନାହିଁ । ଚାଷୀ ମୂଲିଆ ସଂଘ ନେତୃତ୍ବରେ ପାଖାପାଖୁ ୧୦ ବର୍ଷ ହେବ ଏହି ଘରଡ଼ିହ ପଟ୍ଟା ଦାବୀ କରି ଆନ୍ଦୋଳନ ଚାଲିଥିଲେ ମଧ୍ଯ ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ କାର୍ଯ୍ୟକାରୀ କରିନାହାଁନ୍ତି । ବାରମ୍ବାର ଜିଲ୍ଲାର ତହସିଲ ସମ୍ମୁଖରେ ଧାରଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରତିବାଦ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ପରି ଜିଲ୍ଲାପାଳ ଓ ତହସିଲଦାର ପ୍ରତିଶ୍ରୁତି ଦେଇ ନିଜେ ଅନ୍ୟତ୍ର ବଦଳି ଯାଇଅଛନ୍ତି । କିନ୍ତୁ ବଦଳି ପାରିନାହିଁ ଭୂମିହୀନ ଘରଡ଼ିହ ପରିବାରମାନଙ୍କର ଭାଗ୍ୟ । ବାରମ୍ବାର ପଞ୍ଚାୟତ ଇଲେକସନ୍ ଓ ପୌରପାଳିକା ନିର୍ବାଚନରେ ନେତାମାନେ ବଦଳୁଛନ୍ତି । ଏହି ନେତାମାନେ ପ୍ରତିଶ୍ରୁତି ଦେଇ ଭୋଟ ନେଇ ଶାସନକୁ ଆସୁଛନ୍ତି । ଏମାନେ ଦେଇଥିବା ପ୍ରତିଶ୍ରୁତି ପାଣିରେ ଗାର

Leave a Reply

Your email address will not be published. Required fields are marked *