ତିନି ମାସ ତଳେ ଆରଡି ବିଭାଗ ତରଫରୁ ନିର୍ମାଣ ହୋଇଥିବା ନୂତନ ରାସ୍ତା ର ଅବସ୍ଥା ଦେଖନ୍ତୁ

ଲୋକଙ୍କ ସୁବିଧା ନିମନ୍ତେ ସରକାର ଗ୍ରାମ ରୁ ସହର କୁ ଯାତାୟାତ କରିବା ନିମନ୍ତେ ପକ୍କା ସଡ଼କ ର ନିର୍ମାଣ କରିଥାନ୍ତି । କିନ୍ତୁ ସଡ଼କ ନିର୍ମାଣ ର କିଛି ଦିନ ପରେ ସଡ଼କ ଶୋଚନୀୟ ଅବସ୍ଥା ରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ବ୍ଲକ ଠାରେ । ଠିକାଦାର ଓ କନିଷ୍ଠଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ କୋଟି କୋଟି ଟଙ୍କା  ବ୍ୟୟ ରେ ନିର୍ମାଣ କରାଯାଉଥିବା ସଡ଼କ ଅଳ୍ପ ଦିନ ମଧ୍ୟରେ ନଷ୍ଟ ହୋଇଯାଉ ଥିବା ଦୃଶ୍ୟ ଏବେ ନବରଙ୍ଗପୁର ଜିଲ୍ଲାବାସି ଙ୍କୁ ଘାଇଲା କରୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସିଂସାରୀ ଗ୍ରାମ ପଂଚାୟତ ଅଧୀନରେ ଥିବା ଜଟିଆପାରା ଛକ ଠାରୁ କହକାଗୁଡ଼ା ଛକ ପର୍ଯ୍ୟନ୍ତ। ଏ ହେଉଛି ଆରଡ଼ି ବିଭାଗ ତରଫରୁ ନିର୍ମାଣ କରାଯାଇଥିବା  ସଡ଼କ ର ଦୃଶ୍ୟ। ଦେଖନ୍ତୁ ରାସ୍ତା ନିର୍ମାଣ ର କିଛି ଦିନ ପରେ ହିଁ ରାସ୍ତା ଫାଟି ପିଚୁ ସବୁ ବାହାରି ପଡ଼ିଲାଣି ! ଉକ୍ତ ସଡ଼କ ଟି ତିନି ମାସ ପୂର୍ବରୁ ତିଆରି କରାଯାଇଛି କିନ୍ତୁ ଏହି ସଡ଼କ ର ଅଧିକାଂଶ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ଯାହାଫଳରେ ଯାତାୟାତ ରେ ବାଧା ସୃଷ୍ଟି ହେଉଥିବା ଛଳ ଛଳ ଦେଖା ଯାଉଛି । ଏବିଷୟରେ ଆରଡ଼ି ବିଭାଗ ଏସଡ଼ିଓ ଙ୍କ ସହ ଯୋଗାଯୋଗ କରିବାରୁ ସେହି ସଡ଼କ ଭାରି ଯାନବାହାନ ର ଯାତାୟାତ ହେବାରୁ ସଡ଼କ ର ଅବସ୍ଥା ଏଭଳି ହୋଇଛି ଏବଂ ଠିକାଦାର ଙ୍କୁ କହି ସଡ଼କ ମରାମତି କରିବା ସହ ସଡ଼କ ର କାମ ସମ୍ପୂର୍ଣ ହୋଇନାହିଁ ବୋଲି ମତ ପ୍ରକାଶ କରିଛନ୍ତି ।

ଏହାର ଅର୍ଥ RD SDO ଙ୍କ କହିବା ହେଲା ରାସ୍ତାରେ କେବଳ ଲୋକେ ଯାଇପାରିବେ କିନ୍ତୁ ଯାନବାହାନ ରେ ନୁହେଁ । ଆମ ସାମ୍ବାଦିକ SDOଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ମୋବାଇଲ ବନ୍ଦ ଦେଖାଇଥିଲା । ବର୍ତମାନ ଦେଖିବାକୁ ବାକି ରହିଲା ସଡ଼କ ର ପୁନଃ କାର୍ଯ୍ୟ କେବେ ହେବ ଏବଂ କେବେ ସାଧାରଣ ଲୋକଙ୍କ ପାଇଁ ଯାତାୟତ ଅବସ୍ଥା ସୁଧୁରl

Leave a Reply

Your email address will not be published. Required fields are marked *