ଗଙ୍ଗଦା ବଜାରରୁ ବିଫୁଳ ପରିମାଣର ଗଞେଇ ଜବତ କଲା ନାଉଗାଁ ପୁଲିସି
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦା ବଜାରରୁ ଏକ ହୋଣ୍ଡା ଆଟିଭା ସ୍କୁଟି ସହିତ ବିଫୁଳ ପରିମାଣର ଗଞେଇ ନାଉଗାଁ ପୁଲିସି ଜବତ କରିଥିବା ଦେଖାଯାଇଛି । ସୁଚନା ନେବାରୁ ଜଣାଯାଏ ବାଲିକୁଦା ବ୍ଲକ ଅନ୍ତର୍ଗତ ଇଶ୍ଵର ପୁର ଗ୍ରାମର ମନୋଜ ଲେଙ୍କା ନାମକ ଜଣେ ଯୁବକ ଏକ ହୋଣ୍ଡା ଆଟିଭା ସ୍କୁଟି ଗାଡିରେ ବିଫୁଳ ପରିମାଣର ଗଞେଇ ନେଇ ନୁଆ ହାଟ ଅଭିମୁଖେ ଯାଉଥିବା ର ନାଉଗାଁ ପୁଲିସି କୈଣସି ସୂତ୍ରରୁ ଆଗାମୀ ଖବର ପାଇଁ ପୂର୍ବରୁ ଗଙ୍ଗଦା ବଜାରରେ ଜଗିବସିଥିଲା । ମନୋଜ ଗଙ୍ଗଦା ବଜାର ଦେଇ ନୁଆ ହାଟ ଅଭିମୁଖେ ଜିବାସମୟରେ ନାଉଗାଁ ପୁଲିସି ତାକୁ କାବୁକରୀ ଥାନାକୁ ଆଣିଥିଲା । ମନୋଜ ପାଖରୁ ୧୧ କିଲେ ଗଞ୍ଜେଇ ସହିତ ଏକ ହୋଣ୍ଡା ଆଟିଭା ସ୍କୁଟି ଓ ଏକ ମୋବାଇଲିକୁ ପୁଲିସି ଜବତ କରିବା ସହିତ ଏକ ମାମଲା ରୁଜୁ କରି ମନୋଜକୁ କୋଟଚାଲାଣ କରିଥିବା ଦେଖାଯାଇଛି ।
ରିପୋର୍ଟ- ନାଉଗାଁରୁ ମାନସ ସ୍ୱାଇଁ।
