ସ୍ୟାଣ୍ଡଆର୍ଟ
ଗତକାଲି ଠାରୁ ଦୁବାଇ ଓ ଆବୁଧାବିରେ ଆରମ୍ଭ ହୋଇଛି T-20 ବିଶ୍ୱକପ କ୍ରିକେଟ ପ୍ରତିଯୋଗିତା । ଆଉ କିଛି ସମୟ ପରେ ଭାରତର ପ୍ରଥମ ମ୍ୟାଚ ତାର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ। ମ୍ୟାଚକୁ ଉପଭୋଗ କରିବା ପାଇଁ ଭାରତର କୋଟି କୋଟି ଲୋକ ଅପେକ୍ଷା କରିଥିବା ବେଳେ ଭାରତୀୟ ଦଳର ବିଜୟ କାମନା ମଧ୍ୟ କରିଛନ୍ତି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଏକ ବାଲୁକାକଳା ସ୍ଥାପତ୍ୟ । ଏହି ବାଲୁକାକଳା ମାଧ୍ୟମରେ ସେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ ଦଳର ବିଜୟ କାମନା କରିଛନ୍ତି ।
