ଦୀପାବଳି ଉପଲକ୍ଷେ ପୁରୀ ବେଳାଭୂମି ରେ ବାଲୁକା କଳା ନିର୍ମାଣ କଲେ ମାନସ କୁମାର ସାହୁ

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦୀପାବଳି ଉପଲକ୍ଷେ ପୁରୀ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିବା ସହିତ ସମସ୍ତ ଙ୍କୁ ଦୀପାବଳି ର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି।
ମାନସ ସାହୁ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମି ରେ ମା କାଳି ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏବଂ ସମସ୍ତ ଙ୍କୁ ଦୀପାବଳି ର ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହିତ ପଲ୍ୟୁସନ ଫ୍ରୀ ଦୀପାବଳି ପାଳନ କରିବା ପାଇଁ ସଚେତନତା ର ବାର୍ତ୍ତା ଦେଇଛନ୍ତି । ଏ ବର୍ଷ ଦୀପ ଜାଳି ଏବଂ କୋଭିଡ ନିୟମାବଳୀ ମାନି ଦୀପାବଳି ପାଳନ କରନ୍ତୁ । ଏହି ବାଲୁକା ମୂର୍ତ୍ତି ଟି 15ଫୂଟ ଓସାର ବିଶିଷ୍ଟ ଏହାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 7ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ “Happy and Safe Dipawali ” ର ବାର୍ତ୍ତା ଦେଇଛନ୍ତି ।

ସେହିପରି ଦୀପାବଳି ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ପ୍ରସ୍ତୁତ କରିଛନ୍ତି ଏକ ସ୍ୟାଣ୍ଡ ଆନିମେସନ । ଏହି କଳାରେ ସେ ଏକ ବିରାଟକାୟ କାଳୀ ମୂର୍ତ୍ତି ନିର୍ମାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *