ଆଜି ଭଦ୍ରକ ଜିଲ୍ଲା ବଜରଙ୍ଗ ଦଳ ତରଫରୁ ପବିତ୍ର ଗୋପାଷ୍ଟମୀ ଉତ୍ସବ ପାଳନ କରାଯାଉଅଛି

ଭଦ୍ରକ :୧୧/୧୧:- ଭଣ୍ଡାରିପୋଖରୀ ପ୍ରଖଣ୍ଡ ବାଲିଚନ୍ଦ୍ରପୁର ଗୋଶାଳା ରେ ଗୋ ପୁଜନ କାର୍ଯ୍ୟକ୍ରମ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ତଥା ବିଭାଗ ସଂଯୋଜକ ଶ୍ରୀମାନ ବିପିନ ବିହାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ହିନ୍ଦୁ ଧର୍ମର ମାନବିନ୍ଦୁ ମଧ୍ୟରୁ ଗୋ ମାତା ହେଉଛନ୍ତି ପ୍ରମୁଖ ଏଣୁ ଆମେ ସମସ୍ତେ ପ୍ରତେକ ଘରେ ଗୋ ମାତା ପାଳନ କରିବା ସହ ଗୋ ପୂଜନ କରିବାକୁ ଅନୁରୋଧ କରିଥିଲେ। ଏଥି ସହିତ ସମ୍ମାନିତ ଅତିଥି ଭାବେ ଉକ୍ତ ଅଂଚଳରେ ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ବଦ୍ରି ନାରାୟଣ ଧଳ, ଭଣ୍ଡାରିପୋଖରୀ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବଦତ ଦାସ, ପ୍ରାଣୀ ଚିକିତ୍ସକ ବିଶ୍ୱଜିତ୍ ରାୟ, ବ୍ଲକ୍ ଉପାଧ୍ୟକ ସତ୍ୟବ୍ରତ ଦାସ, ବିଶ୍ବହିନ୍ଦୁ ପରିଷଦ ପ୍ରଖଣ୍ଡ ସଭାପତି ରଥ କିଶୋର ସାମଲ, ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ସେମିତି ସଭ୍ୟ ଲଳିତ କୁମାର୍ ରାଉତ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।ବଜରଙ୍ଗ ଦଳର ପ୍ରଖଣ୍ଡ ସଂଯୋଜକ ଶ୍ରୀମାନ ଚନ୍ଦ୍ର ଶେଖର ରାଉତ ଅତିଥି ପରିଚୟ କରିଥିବା ବେଳେ ଗୋ ସେବକ କାର୍ତ୍ତିକ ଜେନା ଧନ୍ୟବାଦ୍ ପ୍ରଦାନ କରିଥଲେ। ଉକ୍ତ କାର୍ଯ୍ୟକ୍ରମରେ ବହୁ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଜନସାଧାରଣ ମଧ୍ୟ ବହୁ ସଂଖ୍ୟାରେ ସାମିଲ ଥିଲେ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *