କୋଣାର୍କରେ ଓମିକ୍ରନର ଆତଙ୍କ, ଭୟଭୀତ ଅଞ୍ଚଳବାସୀ,ନାଇଟ କର୍ଫ୍ୟୁକୁ ନେଇ ସଜାଗ କୋଣାର୍କ ପୋଲିସ।

କୋଣାର୍କ :- କରୋନା ମହାମାରୀର ତୃତୀୟ ଲହରକୁ ନେଇ ସାରା ବିଶ୍ୱରେ ଗମ୍ଭୀର ସ୍ଥିତି ଉପୁଜିଥିବା ବେଳେ ଦିନକୁ ଦିନ ସଂକ୍ରମଣ ର ହାର ହୁ ହୁ ହୋଇ ବଢିଚାଲିଥିବା ଦେଖିବାକୁ ମିଳୁଛି।ଏହାରି ମଧ୍ୟରେ କରୋନା ର ନୂଆ ଷ୍ଟ୍ରେନ ଓମିକ୍ରନର ସଂକ୍ରମଣ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ରୁ ମଧ୍ୟ ଚିହ୍ନଟ ହୋଇ ସାରିଲେଣି।ପ୍ରଥମ ଦିନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ଅଳ୍ପ ଦୂର ରେ ଥିବା କୋର୍ଟ ପରିସର ରୁ କିଛିଦିନ ତଳେ କୋଭିଡ ର ପ୍ରଥମ ପଜଟିଭ ଚିହ୍ନଟ ହେବା ପରେ ଗତକାଲି କୋଣାର୍କ ଷ୍ଟେଟ ବ୍ୟାଙ୍କ ରୁ ଦ୍ବିତୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ କୋଣାର୍କ ରେ କୋକୁଆ ଭୟ ସୃଷ୍ଟି ହୋଇଛି।ତୃତୀୟ ଲହର କୁ ସାମ୍ନା କରିବାକୁ ସରକାର ସମ୍ପୂର୍ଣ୍ଣ ସଜାଗ ଥିବା ବେଳେ ପ୍ରଶାସନ ପକ୍ଷରୁ ସରକାର ଙ୍କ ନିର୍ଦ୍ଦେଶ ରେ ନାଇଟ କର୍ଫ୍ୟୁ କୁ ମଧ୍ୟ କଡାକଡି ପାଳନ କରାଯାଉଛି।କୋଣାର୍କ ରେ ରାତି ୯ ଟା ପରେ ଚେକିଂ ବ୍ଳକିଂ ଆରମ୍ଭ ହୋଇଯାଇଥିଲା ବେଳେ ନାଇଟ କର୍ଫ୍ୟୁ କୁ ନମାନି ବାହାରେ ବୁଲୁଥିବା ଅମାନିଆ ଙ୍କୁ ସାବଡ଼ କରିବାକୁ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛନ୍ତି।ମାତ୍ର ରାତି ୯ ଟା ପରେ କୋଣାର୍କ ପୋଲିସ ର କଡାକଡି ଚେକିଂ ପାଇଁ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଲୋକମାନେ ଅଧିକାଂଶ ବାହାରେ ବୁଲିବା ଦେଖିବାକୁ ମିଳୁ ନାହାନ୍ତି, ମାତ୍ର ଦିନରେ ସମୟ ରେ ସମସ୍ତ ଦୋକାନ ବଜାର ଖୋଲା ରହୁଥିବା ଯୋଗୁଁ କୋଣାର୍କ ରେ ଅସମ୍ଭାଳ ଭିଡ଼ ସୃଷ୍ଟି ହେଉଛି।ଏହାରି ଭିତରେ ସାଧାରଣ ଲୋକେ ଗତ ଦୁଇ ବର୍ଷ ଧରି କୋଭିଡ ର ଦୁଇଟି ଲହର ର ତାଣ୍ଡବଲୀଳା ଦେଖି ସାରିଥିବା ବେଳେ ତୃତୀୟ ଲହର ର ଆରମ୍ଭ ରେ କୋଣାର୍କ ରୁ ଏଯାବତ ଦୁଇଟି ପଜିଟିଭ ଚିହ୍ନଟ ପରେ ସଜାଗ ହୋଇ ଉଠିଛନ୍ତି। ପୋଲିସ ଓ କୋଣାର୍କ ବାସିନ୍ଦା। ଦେଖିବାର ଅଛି କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କେତେ ଜିଲ୍ଲା ପ୍ରଶାସନ କୋଭିଡ୍ ନିୟମ କଡାକଡି କରୁଛନ୍ତି।

ରିପୋର୍ଟ- କୋଣାର୍କରୁ ସୌମ୍ୟ ରଞ୍ଜନ ।

Leave a Reply

Your email address will not be published. Required fields are marked *