ବୁଷ୍ଟର ଡୋଜ ଟୀକା ନେଲେ ସ୍ଵାସ୍ଥ୍ୟ କର୍ମୀ ଓ ବୟସ୍କ:ଲଘୁଚାପ ବର୍ଷାରେ ବି ହରିବାକୁ ପ୍ରସ୍ତୁତ ନୁହନ୍ତି ଟୀକା କରଣ ଟିମ
ଭଞ୍ଜନଗର:ଓଡ଼ିଶାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରମୁଁହା ରହୁଥିବା ବେଳେ ଗଞ୍ଜାମ ଜିଲ୍ଲା ରେ ମଧ୍ୟ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଓ ପ୍ରଶାସନ ତପ୍ତରତା ଦେଖାଇଛନ୍ତି ।ପୂର୍ବରୁ ଲୋକଙ୍କୁ କୋଭିଡି ଟୀକା ନେଇସାରିଥିବା ବେଳେ ଏବେ 15 ରୁ 18 ବର୍ଷ ର କିଶୋର କିଶୋରୀ ଙ୍କୁ ଟୀକା ପ୍ରଦାନ କରାଯାଉଅଛି ।ପ୍ରଥମ. ଓ ଦ୍ୱିତୀୟ ଡୋଜ ଟୀକା ନେଇଥିବା ବ୍ୟକ୍ତି ମାନଙ୍କୁ ଏବେ ତୃତୀୟ ଡୋଜ ନିମନ୍ତେ ସରକାର ଘୋଷଣା କରିଛନ୍ତି ।କରୋନା ର ମୁକାବିଲା ପାଇଁ ଟୀକା ଫଳପ୍ରଦ ହେଉଥିବାରୁ ଏବେ ଲୋକଙ୍କ ମଧ୍ୟରେ ଆଗ୍ରହ ସହ ମୁଜାଗଡ଼ ସ୍ଵାସ୍ତ୍ୟ କେନ୍ଦ୍ର ର ଟୀକା କରଣ କେନ୍ଦ୍ରରେ ଏବଂ ବିରିକୋଟ ଏବଂ ବାଇବଲି ଅଙ୍ଗନବାଡି କେନ୍ଦ୍ର ରେ ଟୀକା ନେବା ପାଇଁ ଭିଡ ଦେଖିବାକୁ ମିଳିଥିଲା !ତୃତୀୟ ଡୋଜ ତଥା ବୁଷ୍ଟର ଡୋଜ ଟୀକା ପ୍ରଥମେ ସ୍ଵାସ୍ତ୍ୟ କର୍ମୀ ଓ 60 ବର୍ଷରୁ ଉର୍ଧ୍ଵ ବୟସ୍କ ମାନଙ୍କୁ ପ୍ରଦାନ କରାଯିବ ।ଏହି ଅଭିଯାନ ରେ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ମଧ୍ୟ ଟୀକା ପ୍ରଦାନ କରାଯିବ। ଆଜି ମୁଜାଗଡ଼ ଟୀକା କରଣ କେନ୍ଦ୍ରରେ anm ସୁନନ୍ଦା ଦଳେଇ ଙ୍କ ନେତୃତ୍ୱ ରେ 48 ଜଣଙ୍କୁ ବୁଷ୍ଟର ଡୋଜ ଏବଂ 83 ଜଣ କିଶୋର ମାନଙ୍କୁ ପ୍ରଥମ ଡୋଜ ଟୀକା କରଣ କରାଯାଇଥିଲା । ଆଜି ବୁଷ୍ଟର ଡୋଜ ରେ କୋଭିସିଲ ଟୀକା ପ୍ରଦାନ କରାଯିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି ।
