ଉପର ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ନେଇ ସତର୍କ ସୂଚନା

ଉପର ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ନେଇ ସତର୍କ ସୂଚନା

ଉପର ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ନେଇ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ପାଇଁ ଆସିଛି ସତର୍କ ସୂଚନା। ଜଳଭଣ୍ଡାରର ଦୁଇଟି ସ୍ପିଲ୍‌ୱେ ଗେଟ୍ ଖୋଲାଯିବା ଦ୍ୱାରା ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି।
ପୋଡ଼ାଗଡ଼ ଡ୍ୟାମ୍ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୨୪ ତାରିଖ ଅପରାହ୍ନ ୩ଟାରେ ଉପର ଇନ୍ଦ୍ରାବତୀ ଜଳଭଣ୍ଡାରର ୩ ନମ୍ବର ଓ ୬ ନମ୍ବର ସ୍ପିଲ୍‌ୱେ ଗେଟ୍‌କୁ ୦.୫ ମିଟର ଲେଖାଏଁ ଖୋଲିବା ପାଇଁ ପ୍ରସ୍ତାବ ରହିଥିଲା।
ଏହାଦ୍ୱାରା ପ୍ରତି ସେକେଣ୍ଡରେ ମୋଟ ୧୩୩.୫୩ ଘନମିଟର ଜଳ ନିଷ୍କାସିତ ହେବାର ଆକଳନ କରାଯାଇଛି।
ଏହାର ପ୍ରଭାବରେ ନଦୀର ଜଳସ୍ତର ପ୍ରାୟ ୨.୫ ଫୁଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହି ଜଳ ନବରଙ୍ଗପୁର ଅଞ୍ଚଳରେ ପହଞ୍ଚିବାକୁ ପ୍ରାୟ ୧୨ରୁ ୧୪ ଘଣ୍ଟା ସମୟ ଲାଗିପାରେ ବୋଲି ଆକଳନ କରାଯାଇଛି।
ତେଣୁ ନଦୀକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କୁ ସତର୍କ ରହିବା ସହ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ନବରଙ୍ଗପୁର ରାଜ୍ ମିର୍ଗାନ୍ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ!

Leave a Reply

Your email address will not be published. Required fields are marked *