ହରଚଣ୍ଡି ସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା

ହରଚଣ୍ଡି ସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା।ଏହି ଉତ୍ସବ ରେ ସ୍ଥାନୀୟ ତୋଟା ଗୋପୀନାଥ ମଠ ର ପୂଜକ ଶ୍ରୀଯୁକ୍ତ ହରି ପ୍ରସାଦ ଦାଶ ମୁଖ୍ୟ ଅତିଥିରୁପେ ଯୋଗଦାନ କରି ଉତ୍ସବକୁ ଆଗେଇ ନେଇଥିଲେ ଏହି ଅବସରରେ କୃଷ୍ଣ ମେଳାର ଆୟୋଜନ କରାଯାଇଥିଲା।କୁନି କୁନି ଭାଇ ଭଉଣୀ ମାନେ ରାଧା ଓ କୃଷ୍ଣ ବେଶରେ ସୁସଜ୍ଜିତ ହୋଇ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ।ଶ୍ରୀକୃଷ୍ଣ ଭଗବାନ ଙ୍କର ଜନ୍ମଜୟନ୍ତି ଉତ୍ସବ ରେ ଶ୍ରୀ କୃଷ୍ଣଙ୍କ ଫୋଟ ଚିତ୍ର କୁ ସୁସଜିତ ଉପସ୍ଥାପିତ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ କ୍ଷୀତିସ ଚନ୍ଦ୍ର ଦାସ ଯଜ୍ଞାଦି କାର୍ଯ୍ୟକୁ ଆଗେଇନେଇ ଧୂପ ଦ୍ବିପ ପୁଷ୍ପ ନୈବେଦ୍ୟ ଆଦି ଅର୍ପଣ କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀକୃଷ୍ଣ ଙ୍କ ଜନ୍ମ ବୃତ୍ତାନ୍ତ ବର୍ଣ୍ଣନା କରିଥିବା ବେଳେ ରାଧାକୃଷ୍ଣ ବେଶରେ ସୁସଜିତ ଦୋଳିରେ ଝୁଲୁଥିବା ର ଦୃଶ୍ୟ ପରିଲକ୍ଷିତ ହୋଇଥିଲା।ଶିଶୁ ଭାଈ ଭଉଣୀ ଙ୍କ ମୁଖ ମଣ୍ଡଳରେ ପ୍ରଫୁଲ ଭାବ ଉଦ୍ଭାସିତ ହେଉଥିବା ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *