କହିବାକୁ ଥିଲା
ଶୀର୍ଷକ_କହିବାକୁ ଥିଲା
ରୀତାରାଣୀ ଦାଶ
ଶିକ୍ଷୟିତ୍ରୀ
ବାଲେଶ୍ୱର
ଜୀବନ ଓ ପ୍ରେମ ସଂଘର୍ଷ ଜୀବନ ମିଛ ମାୟା ଦୁନିଆଁରେ
କହିବାକୁ କେତେ ଭାବନାର ସ୍ରୋତେ
ଜାଗ୍ରତ ହୁଏ ମନରେ
ଆଶା ଭରସା ଓ ସ୍ବପ୍ନ,
ମାନବ ହୃଦୟ ଅସୀମ ଅଭୟ
ଉଙ୍କିମାରେ କ୍ଷଣ କ୍ଷଣ |
କହିବାକୁ ଥିଲା ଆନନ୍ଦ ଯନ୍ତ୍ରଣା
ହସ ଲୁହ ବାବଦରେ
ଆଣିଥାଏ ଯାହା ଜୀବନ ଯାତ୍ରାରେ
କର୍ଣ୍ଣେ ଶୁଭେ ନିରନ୍ତରେ
ଅନ୍ଧକାର ଓ ଆଲୋକ,
ସୂର୍ଯ୍ୟକିରଣରେ ଛାୟାର ସଦୃଶ
ସୃଷ୍ଟିକରି ଯେ ପୁଲକ |
ଶବ୍ଦର ସୃଜନ ବାର୍ତ୍ତା ବିସ୍ତାରଣ
ବର୍ତ୍ତମାନରେ କଥିତ
ଆଶା ଝଲକରେ ହସ ଲୁହ ଧାରେ
ବିତରିବେ ନିତ୍ୟ ନିତ୍ୟ
ଭାବ ପ୍ରବଣତା ଜାଲ,
ଶରତ ଋତୁର ପତ୍ର ଝଡ଼ା ପରି
ନିଃଶବ୍ଦେ ପଡେ ଭୂତଳ |
କାହାଣୀ ବର୍ଣ୍ଣନେ ତଥ୍ୟର ପ୍ରେରଣେ
ଅଜଣା ରହସ୍ୟ ରୂପେ
କହିବାକୁ ଥିଲା ଅନେକ ବାରତା
ନୀରବେ ସହେ ମରମେ
ଏବେ ମୋର ସ୍ୱର ସ୍ପଷ୍ଟ,
ବହନ୍ତା ତଟିନୀ ପ୍ରାୟ ଶବ୍ଦ ଧ୍ୱନି
ବିନା ଭୟେ ପ୍ରବାହିତ |
ବାଣ୍ଟୁଅଛି ମୁହିଁ ସତ୍ୟ ଧର୍ମ ନ୍ୟାୟ
ବିବେକ ଅନୁମୋଦନେ
ମୋ ଟିକି ହୃଦୟ ଆଶା ଭରସାରେ
ଗାଥା ପ୍ରତିଧ୍ୱନି ମାନେ
କହିବାକୁ ଥିଲା ମୋର
ନୀରବ ନିଶ୍ଚଳେ ଭାବ ଏକାନ୍ତରେ
ମିଳିଯିବ ସୂତ୍ର ସାର |
