ଉତ୍ସବ ମୁଖର ନୂଆଗଡ଼ ଗ୍ରାମ

*ଉତ୍ସବ ମୁଖର ନୂଆଗଡ଼ ଗ୍ରାମ, ଶ୍ରୀ ଶ୍ରୀ ଭକ୍ତ ହନୁମନ୍ତଙ୍କର ନୂତନ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି*ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମବାସୀ ଙ୍କ ସହଯୋଗରେ ଦୀର୍ଘ ତିନି ଦିନ ଧରି ଶ୍ରୀ ଶ୍ରୀ ଭକ୍ତ ହନୁମନ୍ତଙ୍କର ନୂତନ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପୂଜକ ଓ ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯିବା ସହ ଗୁରୁବାର କୁଣ୍ଡ ମଣ୍ଡଳ ପ୍ରସ୍ତୁତିକରଣ, ଅଙ୍କୁରାରୋପଣ ଓ କଳସ ଶୋଭାଯାତ୍ରା l ଶୁକ୍ରବାର ପ୍ରାତଃ ସମୟରେ ପଞ୍ଚକର୍ମ, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ ମଣ୍ଡଳାଦି ପୂଜା ମନ୍ଦିର ପ୍ରତିଷ୍ଠା, ଦେବ ସ୍ନାନ ଶୟନ ଓ ଦେବ ନ୍ୟାସ ଏବଂ ଶନିବାର ପଞ୍ଚକ୍ରମ, ସୂର୍ଯ୍ୟପୂଜା, ଗୋପୂଜା, ଦେବତା ଭ୍ରମଣ, ମନ୍ଦିର ପ୍ରବେଶ ଉପଚାର ପୂଜା ଓ ନବଯୌବନ ଦର୍ଶନ, ଗୀତାପାଠ, ସୁନ୍ଦରାକାଣ୍ଡ ଓ ପୁର୍ଣାହୂତୀ ପ୍ରଦାନ କାର୍ଯ୍ୟକ୍ରମ ଶେଷ ହେବା ନେଇ ପଣ୍ଡିତ ସୂଚନା ଦେଇଥିଲେ। ପ୍ରତେକ ଦିନ ସନ୍ଧ୍ୟା ରେ ସାଂକୃତିକ କାର୍ଯ୍ୟକ୍ରମର ଆୟୋଜନ ହେବା ସହିତ ଅନୁଷ୍ଠାନ ତରଫରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବା ନେଇ ମୁଖ୍ୟ ଉପଦେଷ୍ଟା ଓମ ପ୍ରକାଶ ଭୂୟାଁ କହିଥିଲେ।

Leave a Reply

Your email address will not be published. Required fields are marked *