ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଦୃଢ଼ ଗୁଣବତ୍ତା ଏବଂ ସମନ୍ୱିତ ଶୈକ୍ଷିକ ମାନଦଣ୍ଡ ମାଧ୍ୟମରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ସହିତ ଉଚ୍ଚଶିକ୍ଷାରେ ଉତ୍କର୍ଷତା ବଢ଼ାଇବ ଏହି ବିଧେୟକଏହା ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ବିଶ୍ୱସ୍ତରୀୟ ଶୈକ୍ଷିକ ମାନଦଣ୍ଡ ସହିତ ସମନ୍ୱିତ କରିବ; ଉଚ୍ଚଶିକ୍ଷାକୁ ପରିବର୍ତ୍ତନ କରିବା ପାଇଁ ଏନଇପି 2020 ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବମାନଦଣ୍ଡ, ନିୟନ୍ତ୍ରଣ ଏବଂ ମାନ୍ୟତା ପାଇଁ 3ଟି ସ୍ୱାଧୀନ ପରିଷଦ ସହିତ ସର୍ବୋଚ୍ଚ ସଂସ୍ଥା ଭାବରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନକୁ ପ୍ରତିଷ୍ଠା କରିବି ନୂଆ ବିଲବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ଅଧୀନରେ ୟୁଜିସି, ଏଆଇସିଟିଇ ଏବଂ ଏନସିଟିଇକୁ ସାମିଲ କରାଯିବଏକାଧିକ ଅନୁମୋଦନ ସ୍ଥାନରେ ଗୋଟିଏ ନିୟାମକ ଢାଞ୍ଚା ଆଣିବ ଏବଂ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଅନୁପାଳନକୁ ସରଳ କରିବ ସାର୍ବଜନୀନ ପରିପ୍ରକାଶ ମାଧ୍ୟମରେ ସ୍ୱଚ୍ଛ, ବିଶ୍ୱାସ-ଆଧାରିତ ନିୟମକୁ ସକ୍ଷମ କରିବା ପାଇଁ ସାକ୍ଷାତମୁକ୍ତ, ପ୍ରଯୁକ୍ତିବିଦ୍ୟା-ଚାଳିତ ଏକକ ୱିଣ୍ଡୋ ସିଷ୍ଟମ୍ନବୋନ୍ମେଷ ଏବଂ ଶୈକ୍ଷିକ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଉଚ୍ଚ-ପ୍ରଦର୍ଶିତ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧିକ ସ୍ୱାୟତ୍ତ କ୍ଷମତା ମିଳିବସୁଲଭତାକୁ ବିସ୍ତାର କରିବା, ଜିଇଆର ବୃଦ୍ଧି କରିବା ଏବଂ ଉଚ୍ଚ କୁଶଳୀ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଯୁବପିଢ଼ିଙ୍କୁ ଗଢ଼ିବା ଲାଗି ବିଦ୍ୟାର୍ଥୀ-କେନ୍ଦ୍ରିତ ଏବଂ ସାମଗ୍ରିକ ଶିକ୍ଷା ସଂସ୍କାରଛାତ୍ରଛାତ୍ରୀଙ୍କ ଲାଗି ସମୟୋଚିତ ଏବଂ ପ୍ରଭାବଶାଳୀ ସମାଧାନ ସୁନିଶ୍ଚିତ କରିବା ପାଇଁ ଦୃଢ଼ ଅଭିଯୋଗ ସମାଧାନ ବ୍ୟବସ୍ଥା ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଉଦୀୟମାନ କ୍ଷେତ୍ରରେ ସାମଗ୍ରିକ ଶିକ୍ଷାର ଉପଲବ୍ଧତା ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବକେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଆଗତ କରିଛନ୍ତି। ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ପ୍ରଭାବଶାଳୀ ସମନ୍ୱୟ ଏବଂ ମାନଦଣ୍ଡ ନିର୍ଦ୍ଧାରଣ ମାଧ୍ୟମରେ ଭାରତର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଉତ୍କର୍ଷତା ହାସଲ କରିବାକୁ ସଶକ୍ତ କରିବା। ଜାତୀୟ ଶିକ୍ଷା ନୀତି 2020ରେ ଦେଶର ଉଚ୍ଚ ଶିକ୍ଷା ନିୟାମକ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଲାଗି ବ୍ୟବସ୍ଥା ରହିଛି। ଏନଇପିର ଅଧ୍ୟକ୍ଷ ଡକ୍ଟର କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା ନୂଆ ଶିକ୍ଷା ନୀତି ଏକ ସାମଗ୍ରିକ ଏବଂ ଭବିଷ୍ୟତ-ମୁଖୀ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ। ଏଥିରେ ଭାରତୀୟ ମୂଲ୍ୟବୋଧ ଆଧାରିତ ମୌଳିକ ଶିକ୍ଷାଗତ ସ୍ୱାୟତ୍ତତା, ବହୁବିଧ ଶିକ୍ଷା, ଗବେଷଣା ଉତ୍କର୍ଷତା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକତା ଉପରେ ଗୁରୁତ୍ୱାରୋପ କରାଯାଇଛି।12 ଡିସେମ୍ବର, 2025ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସଂସଦରେ ଉପସ୍ଥାପନ ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025କୁ ଅନୁମୋଦନ କରିଥିଲେ। ଏହି ବିଲ୍ ଭାରତୀୟ ସମ୍ବିଧାନର ସପ୍ତମ ଅନୁସୂଚୀର କେନ୍ଦ୍ର ତାଲିକାର ପ୍ରବେଶ 66 ବ୍ୟବସ୍ଥା ଅଧୀନରେ ଆଗତ କରାଯାଇଛି । ଏହା ‘‘ଉଚ୍ଚ ଶିକ୍ଷା କିମ୍ବା ଗବେଷଣା ଏବଂ ବୈଜ୍ଞାନିକ ଓ ବୈଷୟିକ ପ୍ରତିଷ୍ଠାନ ପାଇଁ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱୟ ଏବଂ ମାନଦଣ୍ଡ ନିର୍ଣ୍ଣୟ’’ ପାଇଁ ବ୍ୟବସ୍ଥା କରିଛି।ଏହି ବିଲରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ନାମକ ସର୍ବୋଚ୍ଚ ସଂସ୍ଥା ଗଠନ ଲାଗି ପ୍ରସ୍ତାବ ରହିଛି। ଏହାସହିତ ତିନୋଟି ପରିଷଦ : ବିକଶିତ ଭାରତ ଶିକ୍ଷା ବିନିୟାମନ ପରିଷଦ (ନିୟାମ ପରିଷଦ), ବିକଶିତ ଭାରତ ଶିକ୍ଷା ଗୁଣବତ୍ତା ପରିଷଦ (ମାନ୍ୟତା ପରିଷଦ) ଏବଂ ବିକଶିତ ଭାରତ ଶିକ୍ଷା ମାନକ ପରିଷଦ (ମାନକ ପରିଷଦ) ମଧ୍ୟ ଗଠନ କରାଯିବ। ନୂଆ ବିଲ୍‌ ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆଇନ (ୟୁଜିସି) 1956, ସର୍ବଭାରତୀୟ ବୈଷୟିକ ଶିକ୍ଷା ଆଇନ (ଏଆଇସିଟିଇ) 1987 ଏବଂ ଜାତୀୟ ଶିକ୍ଷକ ଶିକା ପରିଷଦ ଆଇନ (ଏନସିଟିଇ) 1993 ଉଚ୍ଛେଦ କରାଯିବ। ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ, ଏନସିଟିଇ ଅଧୀନରେ ଥିବା ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ମାନଦଣ୍ଡ ନିର୍ଣ୍ଣୟ ପାଇଁ ବୀକ୍ଷିତ ଭାରତ ଶିକ୍ଷା ଅଧିଷ୍ଠାନର ଅଧୀନରେ ରହିବ। ଏନଇପି, 2020 ରେ ପରିକଳ୍ପିତ ସ୍ଥାପତ୍ୟ ପରିଷଦ (ସିଓଏ) ଏକ ବୃତ୍ତିଗତ ମାନଦଣ୍ଡ ନିର୍ଦ୍ଧାରଣ ସଂସ୍ଥା (ପିଏସଏବି) ଭାବରେ କାର୍ଯ୍ୟ କରିବ। ଏହି ବିଲ୍ ଜାତୀୟ ଗୁରୁତ୍ୱ ବହନ କରୁଥିବା ଅନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଥିବା ସ୍ୱାୟତ୍ତତାର ବର୍ତ୍ତମାନର ସ୍ତରକୁ ବଜାୟ ରଖିବା ସୁନିଶ୍ଚିତ କରିବ।ଏହି ଅଧିଷ୍ଠାନ ଉଚ୍ଚଶିକ୍ଷାର ସାମଗ୍ରିକ ଅଭିବୃଦ୍ଧି ଏବଂ ପରିଷଦଗୁଡ଼ିକ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ରଣନୀତିକ ଦିଗଦର୍ଶନ ପ୍ରଦାନ କରିବ। ମାନକ ପରିଷଦ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସର୍ବନିମ୍ନ ଶୈକ୍ଷିକ ମାନଦଣ୍ଡକୁ ସମନ୍ୱୟ ଏବଂ ନିର୍ଦ୍ଧାରିତ କରିବା ପାଇଁ ଉତ୍ତରଦାୟୀ ରହିବ; ନିୟାମକ ପରିଷଦ ଏହି ମାନଦଣ୍ଡଗୁଡ଼ିକର ସମନ୍ୱୟ ଓ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବ; ଏବଂ ମାନ୍ୟତା ପରିଷଦ ଏକ ସ୍ୱାଧୀନ ମାନ୍ୟତା ପ୍ରଦାନକାରୀ କର୍ତ୍ତୃପକ୍ଷ ଭାବରେ କାର୍ଯ୍ୟ କରିବା ସହିତ ଏକ ଦୃଢ଼ ଓ ବିଶ୍ୱସନୀୟ ମାନ୍ୟତା ବ୍ୟବସ୍ଥା କରିବ ।ନିୟାମକ ପରିଷଦର ସାର୍ବଜନୀନ ପୋର୍ଟାଲ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଦ୍ୱାରା ଶାସନ, ଆର୍ଥିକ, ଶୈକ୍ଷିକ ଏବଂ ଆନୁଷ୍ଠାନିକ କାର୍ଯ୍ୟଦକ୍ଷତା ତଥ୍ୟ ପ୍ରକାଶ କରିବାକୁ ବାଧ୍ୟତାମୂଳକ କରିଥାଏ, ଏହା ମଧ୍ୟ ମାନ୍ୟତା ପାଇଁ ମୂଳ ଆଧାର ଭାବରେ କାର୍ଯ୍ୟ କରିବ। ଏହି ସମନ୍ୱିତ ପଦ୍ଧତି ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦକ୍ଷତା ସୁନିଶ୍ଚିତ କରିବ, ଏବଂ ଉଚ୍ଚଶିକ୍ଷାରେ ଅଂଶୀଦାରମାନଙ୍କ ପାଇଁ ବ୍ୟବସ୍ଥାର ସରଳୀକରଣ ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ସୁଦୃଢ଼ କରିବ। ଅଧିଷ୍ଠାନ ଏବଂ ବିଭିନ୍ନ ପରିଷଦର ସଦସ୍ୟତାରେ ମୁଖ୍ୟତଃ ପ୍ରଖ୍ୟାତ ଶିକ୍ଷାବିତ୍, କ୍ଷେତ୍ର ବିଶେଷଜ୍ଞ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ, ରାଜ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ଜାତୀୟ ଗୁରୁତ୍ୱ ବହନ କରୁଥିବା ଅନୁଷ୍ଠାନର ପ୍ରତିନିଧିମାନେ ସାମିଲ ଅଛନ୍ତି, ଯାହା ସନ୍ତୁଳିତ ପ୍ରତିନିଧିତ୍ୱ ଓ ସୂଚନାପ୍ରଦ ନିଷ୍ପତ୍ତି ଗ୍ରହଣ ସୁନିଶ୍ଚିତ କରିଥାଏ।ପ୍ରସ୍ତାବିତ ବିଲ୍ ଏକୀକୃତ ଏବଂ ସୁଗମ ନିୟାମକ ଢାଞ୍ଚା ପ୍ରଚଳନ କରି ଜଟିଳତାକୁ ଦୂର କରିବ । ସମଗ୍ର ନିୟାମକ ଢାଞ୍ଚା ପ୍ରଯୁକ୍ତିବିଦ୍ୟା-ଚାଳିତ, ସାକ୍ଷାତମୁକ୍ତ, ସିଙ୍ଗଲ୍ ୱିଣ୍ଡୋ ଇଣ୍ଟରାକ୍ଟିଭ୍ ସିଷ୍ଟମ୍ ମାଧ୍ୟମରେ କାର୍ଯ୍ୟ କରିବ, ଯାହା ସାର୍ବଜନୀନ ଆତ୍ମ-ପ୍ରକାଶନ ଏବଂ ବିଶ୍ୱାସ-ଆଧାରିତ ନିୟାମକର ନୀତି ଉପରେ ଆଧାରିତ। ନିୟାମକ ପରିଷଦ ଏକ ବ୍ୟାପକ ସାର୍ବଜନୀନ ଡିଜିଟାଲ୍ ପୋର୍ଟାଲ୍ ପରିଚାଳନା କରିବ, ଯେଉଁଥିରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ସ୍ୱଚ୍ଛତା, ପରିଚାଳନାଗତ ଅଭ୍ୟାସ, ଆର୍ଥିକ, ଅଡିଟ୍, ପ୍ରକ୍ରିୟା, ଭିତ୍ତିଭୂମି, ଅଧ୍ୟାପକ ଓ କର୍ମଚାରୀ, ଶୈକ୍ଷିକ କାର୍ଯ୍ୟକ୍ରମ ଏବଂ ଶିକ୍ଷାଗତ ଫଳାଫଳ ସମ୍ବନ୍ଧୀୟ ସୂଚନା ପ୍ରକାଶ କରିବାକୁ ପଡ଼ିବ। ଏହି ସାର୍ବଜନୀନ ପୋର୍ଟାଲରେ ଦାଖଲ ହୋଇଥିବା ତଥ୍ୟ ମାନ୍ୟତା ପାଇଁ ପ୍ରାଥମିକ ଆଧାର ଭାବରେ ମଧ୍ୟ କାର୍ଯ୍ୟ କରିବ, ଯାହା ଦ୍ୱାରା ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ଦାୟିତ୍ୱବୋଧତା ଏବଂ ସ୍ଥିରତା ସୁନିଶ୍ଚିତ ହେବ।ନୂଆ ବିଲ୍‌ ଯୁବ ସଶକ୍ତିକରଣରେ ସହାୟକ ହେବ । ସ୍ୱଚ୍ଛ ଏବଂ ବିଦ୍ୟାର୍ଥୀ ଆଧାରିତ ବ୍ୟବସ୍ଥା ଉନ୍ନତ ମାନର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ସହଜ ଉପଲବ୍ଧତା ବଢ଼ାଇବ ଏବଂ ଏସବୁ ଅନୁଷ୍ଠାନରେ ନାମ ଲେଖା ବଢ଼ିବ। ଶିକ୍ଷା ପ୍ରତି ସାମୂହିକ ଆଭିମୁଖ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଲୋଚନାମୂଳକ ଚିନ୍ତାଧାରା, ସୃଜନଶୀଳତା ଏବଂ ନବସୃଜନକୁ ବଢ଼ାଇବ। ଆନ୍ତଃବିଷୟିକ ଓ ନମନୀୟ ଶୈକ୍ଷିକ ଢାଞ୍ଚା ଶିକ୍ଷାର୍ଥୀମାନଙ୍କୁ ବିବିଧ ବିଷୟ ଅନୁସନ୍ଧାନ କରିବାକୁ ଏବଂ ନିରନ୍ତର ପୁନଃଦକ୍ଷତା ବିକାଶ ଓ ଦକ୍ଷତା ବୃଦ୍ଧି କରିବାକୁ ସକ୍ଷମ କରିବ। ଗବେଷଣା, ନବସୃଜନ ଏବଂ ଉଦ୍ୟୋଗ ଉପରେ ଦୃଢ଼ ଗୁରୁତ୍ୱ ଯୁବପିଢ଼ିଙ୍କ ମଧ୍ୟରେ ସମସ୍ୟା ସମାଧାନ କ୍ଷମତା, ସୃଜନଶୀଳତା ଏବଂ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବ। ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାନୁଷ୍ଠାନର ମାନ୍ୟତା ଏବଂ ମୂଲ୍ୟାଙ୍କନରେ ଯୋଗଦାନ କରିପାରିବେ। ଏହା ଏକ ସ୍ୱଚ୍ଛ, ପାରଦର୍ଶୀ ଏବଂ ଦୃଢ଼ ଅଭିଯୋଗ ସମାଧାନ ବ୍ୟବସ୍ଥା କରିବ। ଏହି ବିଲ୍ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବା ପାଇଁ ସକ୍ଷମ ସୂଚନାପ୍ରାପ୍ତ, ଦକ୍ଷ, ଦାୟିତ୍ୱବାନ ଏବଂ ବିଶ୍ୱ ସ୍ତରରେ ସକ୍ଷମ ନାଗରିକ ସୃଷ୍ଟି କରିବା ଲକ୍ଷ୍ୟ ରଖିଛି।ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବା ଦ୍ୱାରା ଉଚ୍ଚ ଶିକ୍ଷାର ଗୁଣବତ୍ତା, ପ୍ରତିଯୋଗିତାମୂଳକ କ୍ଷମତା, ଅନ୍ତର୍ଜାତୀୟ ବିଶ୍ୱସନୀୟତା ବଢ଼ିବ। ଏହାଦ୍ୱାରା ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଭାରତରେ ଖୋଲିବ ଏବଂ ଆମ ଦେଶ ଏକ ଜ୍ଞାନ ପ୍ରଦାନ କେନ୍ଦ୍ରରେ ପରିଣତ ହେବ। ଏହା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ମାନ୍ୟତା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଏବଂ ଦୃଢ଼ କରିବ। ସାର୍ବଜନୀନ ପରିପ୍ରକାଶ, ଉତ୍ତରଦାୟିତ୍ୱ ଏବଂ ସର୍ବନିମ୍ନ ନିୟାମକ ଆଧାରିତ ବ୍ୟବସ୍ଥା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧିକ ସ୍ୱାୟତ୍ତ କ୍ଷମତା ପ୍ରଦାନ କରିବା ସହିତ ସେଗୁଡ଼ିକର ପରିଚାଳନାଗତ ଦକ୍ଷତା ଏବଂ ଶିକ୍ଷାଗତ ପରିଣାମରେ ସୁଧାର ଆଣିବ । ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଉଦୀୟମାନ କ୍ଷେତ୍ରରେ ସାମଗ୍ରିକ ଶିକ୍ଷାର ଉପଲବ୍ଧତା ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବ

Leave a Reply

Your email address will not be published. Required fields are marked *