ଶ୍ରୀ ଶ୍ରୀ ତୁମ୍ବେଶ୍ୱରଙ୍କ ଠାରେ ଜାଗର ପାଈଁ ପ୍ରସ୍ତୁତି ଜୋରଦାର l
ପୁରୁଷୋତ୍ତମପୁର -୭/୨ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପପୁର ଠାରେ ଗତ ଗୁରୁବାର ସନ୍ଧ୍ୟା ରେ ଶ୍ରୀ ଶ୍ରୀ ତୁମ୍ବେଶ୍ୱର ମହାପ୍ରଭୁଙ୍କ ଠାରେ ମନ୍ଦିର ଟ୍ରଷ୍ଟି ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଙ୍କ ନିର୍ଦେଶ କ୍ରମେ ମନ୍ଦିର ସଭାପତି ତଥା ବରିଷ୍ଟ ଓକିଲ ଗୌରୀ ଶଙ୍କର ରାଉଳ ଙ୍କ ସଂଯୋଜନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଗକୁ ଶିବରାତ୍ରି ଆସୁଥିବାରୁ ମହାପ୍ରଭୁଙ୍କ ରୀତିନୀତି ଠାରୁ ଆରମ୍ଭ କରୀ ମନ୍ଦିର ର ସୁପରିଚାଳନା ଉପରେ ଆଲୋକପାତ କରାଯାଇଥିଲା l ଏହି ଅବସରରେ ବିଭିର୍ଣ୍ଣ ପ୍ରକାର ଗୁତା ଡକାଯାଇଥିଲା l ପ୍ରତିବର୍ଷ ଭଳି ଏହିବର୍ଷ ବି ଗୁତା ଡକାଯାଇଛି l ପ୍ରଭୁ ତୁମ୍ବେଶ୍ୱରଙ୍କ ଖେଚୁଡ଼ି ଓ ଲଡ଼ୁ ଗୁତା ପ୍ରଥମେ ଡକାଯାଇଥିଲା ଏହାକୁ ନାରାୟଣ ରାଉଳ ୫୧୫୫୫ ଟଙ୍କାରେ ଗୁତା ଡାକିଥିଲେ l ସେହିପରି ବାରୁଣୀ ସ୍ନାନ ଓ ବିଜେ ପ୍ରତିମା ୬୦୦୦୦ ଟଙ୍କାରେ କୈଳାସ ଚନ୍ଦ୍ର ରାଉଳ ଗୁତା ଡାକିଥିଲେ l ଓ ବୋଲବମ ଗୁତା ନାରାୟଣ ରାଉଳ ୯୦୫୦୦ ଟଙ୍କାରେ ଡାକହୋଇଥିଲା l ଏହାପରେ ହୋମ କର୍ମ,ବ୍ରାହ୍ମଣ ଭୋଜନ, ଚୁଲିପାନୁ, ଓ ଜାଗରଦିନ ପାଇଁ ଦୀପ ଟିକଟ, ବାଳ କଟା ଓ ରୋଷେଇରେ ବ୍ୟବହୃତ ହଣ୍ଡା ହାଣ୍ଡି ଗୁତା କୁ ୭୫୦୦୦ ଟଙ୍କାରେ ନୀଳାଞ୍ଚଳ ରାଉଳ ଗୁତା ନେଇଥିଲେ l ମନ୍ଦିର ବେଢାରେ ଦୀପ ବିକ୍ରି ପାଇଁ ୫୫୦୫ ଟଙ୍କାରେ ସୁରେନ୍ଦ୍ର କୁମାର ରାଉଳ ଗୁତା ନେଇଛନ୍ତି l ଏତଦ ବ୍ୟତୀତ ମନ୍ଦିର ର ଉର୍ନତି କରଣ ପାଈଁ ଏକ କମିଟି ଗଠନ କରାଯାଇଥିଲା l ଏହି କମିଟିରେ ସଦସ୍ୟ ଭାବେ ତୁଷାରକାନ୍ତ ରାଉଳ, ନିରଞନ ରାଉଳ,ନାରାୟଣ ରାଉଳ, ନୀଳାଞ୍ଚଳ ରାଉଳ ପ୍ରଫୁଲ ରାଉଳ, ଗଣ୍ଡୁ ରାଉଳ, ସିମାଞ୍ଚଳ ରାଉଳ, ପ୍ରଶାନ୍ତ ରାଉଳ ଜନାର୍ଦନ ରାଉଳ ଓ ସନ୍ତୋଷ ରାଉଳଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଥିଲା l ଏହି ବୈଠକରେ ଟ୍ରଷ୍ଟ ର ସମ୍ପାଦକ ବୟୋଜ୍ୟେଷ୍ଟ ବ୍ୟକ୍ତି ପ୍ରଭାକର ରାଉଳ ଓ କୁଳ ବେହେରା ମନୋଜ କୁମାର ରାଉଳ ଙ୍କ ସହିତ ମନ୍ଦିର ଟ୍ରଷ୍ଟ ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନଙ୍କ ଉପସ୍ଥିତିରେ ବୈଠକ ଟି ସୁଚାରୁରୂପେ ସମ୍ପର୍ଣ ହୋଇଥିଲା l ଏହି ଅବସରରେ ଟ୍ରଷ୍ଟି ତଥା ପୁରୁଷୋତ୍ତମପୁର ତହସିଲ ଦାର ଶିବରାତ୍ର କୁ କିପରି ଅଧିକରୁ ଅଧିକ ଆକୃଷ୍ଟ କରାଯାଇପାରିବ ସେଥିପ୍ରତି ତୀକ୍ଷ୍ଣ ନଜର ରଖିଛନ୍ତି ଓ ସମସ୍ତଙ୍କୁ ନିବେଦନ କରିଛନ୍ତି l
