ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମହିଳା ଦିବସ ପାଳନ

ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମହିଳା ଦିବସ ପାଳନ

ଧର୍ମଶାଳା- ଯାଜପୁର ଜିଲ୍ଲା ଧର୍ମଶାଳା ମହୋତ୍ସବ ପଡିଆରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ସରକାରଙ୍କ ସୁଭଦ୍ରା ଯୋଜନା ରେ ଆଜି ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ସେଥି ପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଶା, ସିଆରପି, ମିଶନ ଶକ୍ତି ଓ ଏମ୍ ବି କେ ମହିଳା ମାନେ ସରକାରୀ ବିଧିବ୍ୟବସ୍ଥା ଭିତରେ ରହି ଯେଉଁ ପରି ଭାବରେ ନିଃସ୍ଵାର୍ଥପର ଲୋକ ସେବା ଜାରି ରଖିଛନ୍ତି ସେଥି ପାଇଁ ଆପଣଙ୍କ ନିକଟରେ ମୁଁ ନତମସ୍ତକ ବୋଲି ଶ୍ରୀ ସାହୁ କହିଥିଲେ। ଜଣେ ସେବକ ହିସାବରେ ଧର୍ମଶାଳା ବାସୀ ଙ୍କ ସେବା ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟତମ ଅତିଥି ଭାବରେ କୋରେଇ ବିଧାୟକ ଆକାଶ ଦାସନାୟକ, କଟକ ସଦର ବିଧାୟକ ପ୍ରକାଶ ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ଜେନା, ପୂର୍ବତନ ସାଂସଦ ରୀତା ତରାଇ, ବିଜେପି ନେତା ଗୌତମ ରାୟ, ସମାଜସେବୀ ଋତୁପର୍ଣ୍ଣା ମହାନ୍ତି, ବ୍ଲକ ଅଧ୍ୟକ୍ଷା ଶୁସିଶ୍ମୂତା ଦାସ ପ୍ରମୁଖ ଯୋଗଦେଇ ମହିଳାଙ୍କ ଅଧିକାର, ସଶକ୍ତିକରଣ ଓ ସମାଜ ଗଢ଼ିବାରେ ତାଙ୍କ ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଧର୍ମଶାଳା ଥାନାଧିକାରୀ ଚିନ୍ମୟୀ ସାହୁ, ସିଡିପିଓ ସ୍ୱର୍ଣ୍ଣପ୍ରଭା ବେହେରା ରସୁଲପୁର ସିଡିପିଓ ଗାୟତ୍ରୀ ରଥ ପ୍ରମୁଖ ଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ରଖିଥିବା ପ୍ରତିଭାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ସେହିପରି ଆଶା, ଅଙ୍ଗନୱାଡି, ସିଆରପି କର୍ମୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା। ନିର୍ବାଚନ ମଣ୍ଡଳୀର ୫ ହଜାରରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ। ଯୁବ ସଂଗଠକ ରାଜେଶ୍ ପାଳ, ଦେବରାଜ ମିଶ୍ର, ସବ୍ୟସାଚି ସୁନ୍ଦର୍ ରାୟ, ଜିତେନ୍ଦ୍ର ରାଉତ, ଶ୍ରୀବତ୍ସ ଧୀର, ତୀର୍ଥ ରାଜ ପଣ୍ଡା, ବିଶ୍ୱଜିତ ପୃଷ୍ଟି, ପ୍ରଶାନ୍ତ ନାୟକ, ଅଭିଷେକ ରାଉତ, ଆଲୋକ ଲେଙ୍କା, ରବୀନ୍ଦ୍ର ବରାଳ, ସୁଷମା ଜେନା, ସୁଜାତ ମହାନ୍ତି, ବିଶ୍ୱବନ୍ଦନା ଜେନା, ସ୍ମୃତିରେଖା ବେହେରା, କ୍ଷୀରବ୍ଧି ତନ୍ମୟା ମଲ୍ଲିକ, ସବନମ, ଚିନ୍ମୟୀ ବେହୁରା, ସୁନିତା ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ଲୋରିଆ ମହାନ୍ତି ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *