ଏଲପିଜି ଗ୍ୟାସ ସଙ୍କଟକୁ ନେଇ କଂଗ୍ରେସର ବିକ୍ଷୋଭ।

ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ କଚେରୀ ଛକରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ କଂଗ୍ରେସ ନେତା ଓ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିଶ୍ରଙ୍କ ତତ୍ତ୍ୱାବଧାନରେ କଂଗ୍ରେସ ମହିଳା ଓ ପୁରୁଷ କର୍ମୀମାନେ ସିଲିଣ୍ଡର ଧରି ପ୍ରତିବାଦ କରିଥିଲେ। ସାରା ଭାରତରେ ଏଲପିଜି ସଙ୍କଟ ପଡ଼ିଥିବା ବେଳେ ଓଡ଼ିଶା ଓ ବିଶେଷ କରି ପୁରୀରେ ମଧ୍ୟ ଏହାର ପ୍ରଭାବ ପଡିଛି। ଯୁଦ୍ଧ ପୂର୍ବରୁ କେନ୍ଦ୍ର ସରକାର କାହିଁକି ବିକଳ୍ପ ବ୍ୟବସ୍ଥା କରିନଥିଲେ ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି। ତୁରନ୍ତ ଏଲପିଜି ସିଲିଣ୍ଡର ର ସମାଧାନ କରାନଗଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *