କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର,ଭାଗ ନେଲେ ୪oo ରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ
*କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର,ଭାଗ ନେଲେ ୪oo ରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ* ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତୀହ,ଫରମ୍ପରା, ନୀତିକାନ୍ତି ଓ ମହାପ୍ରଭୁଙ୍କ ପର୍ବପର୍ବାଣୀ ସମ୍ବନ୍ଧରେ ଶିଶୁମାନଙ୍କୁ ଅବଗତ କରାଇବା ପାଇଁ ଦାମୋଦର ରୋଡ୍ ସ୍ଥିତ ବେଟ୍ରିକ୍ସ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ସଭାପତି ଶ୍ରୀ ଶଂକର୍ଷଣ ମଂଗରାଜଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତା ଆରମ୍ଭରେ ଅତିଥି ମାନଙ୍କ ଦ୍ଵାରା ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବୋଳନ ପୂର୍ବକ ବୈଦିକ ମନ୍ତ୍ର ପାଠ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପୁରୀର ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟରୁ ୪୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ । କୁନିକୁନି ହାତରେ ପିଲାମାନେ ମହାପ୍ରଭୁଙ୍କ ଚିତ୍ର ଅଙ୍ଗନ, ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀମନ୍ଦିର ବିଷୟକ ପ୍ରବନ୍ଧ ଲିଖନ, ବକ୍ତୃତା, ସାଧାରଣ ଜ୍ଞାନ ଓ ଯୋଗ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଅନୁଷ୍ଠାନର ମାର୍ଗଦର୍ଶକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଉତ୍କଳ ବିଦ୍ଵତ ପରିଷଦର ସଭାପତି ଡ. ମନୋଜ କୁମାର ରଥ, ସମାଜସେବୀ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର, ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ସୁବୁଦ୍ଧି, ଫାଦର ବାପ୍ଟିଷ୍ଟ ଡିସୋଜା,ଫାଦର ବୁଲୁ ବୀରେନ୍ଦ୍ର କୁଜୁର, ଶ୍ରୀଯୁକ୍ତ ବିଜୟ କୁମାର ବ୍ରହ୍ମା, କୃଷ୍ଣପ୍ରିୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିଚାରକ ଭାବେ ସାହିତ୍ୟିକ ଶ୍ରୀଯୁକ୍ତ ଶିବ ସୁନ୍ଦର ମିଶ୍ର, ଶିକ୍ଷାବିତ୍ ଶ୍ରୀମତୀ ରେଣୁକା ମିଶ୍ର, ବିଜୟ କୁମାର ପଣ୍ଡା, ଶ୍ରୀମତୀ ସଂଘମିତ୍ରା ଦାଶ, ଶ୍ରୀଯୁକ୍ତ ଶିବପ୍ରସାଦ ମହାରଣା, ଧନଞ୍ଜୟ ଦାସ, ଯୋଗଗୁରୁ ରମାବଲ୍ଲଭ ମହାପାତ୍ର, ଡ. ଆଲୋକ କୁମାର ସ୍ୱାଇଁ ଏବଂ ବିଥିକା ମହାନ୍ତି ଯୋଗ ଦେଇଥିଲେ। ଶିଶୁ ସମାଚାରର ସଂପାଦକ ସୁକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ, ଡ. ପ୍ରଦୀପ ଆଚାର୍ଯ୍ୟ , ସଂଯୁକ୍ତା ମହାପାତ୍ର, ଡ. ସ୍ନେହଲତା ମହାପାତ୍ର,ରଶ୍ମି ରଞ୍ଜନ ଶତପଥି , ଓମ୍ ପ୍ରଧାନ, ରଶ୍ମିତା ସାହୁ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସଂପାଦକ ଡ. ଶଶିକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
