କଙ୍ଗାରୁ କୋର୍ଟର ଅଭାବନନୀୟ ଓ ଅସହାୟତାର କରୁଣ ଦୃଶ୍ୟ !

କଙ୍ଗାରୁ କୋର୍ଟର ଅଭାବନନୀୟ ଓ ଅସହାୟତାର କରୁଣ ଦୃଶ୍ୟ । ପୁରୀଜିଲା କଣାସରୁ ଆସିଲା ସାମାଜିକ ବାସନ୍ଦର ସମାଜରେ ମୁଣ୍ଡ ନଇଁଗଲାଭଳି ଦୃଶ୍ୟ । ଥାନାରେ ଅଭିଯୋଗ ପରେ ଘର ସମ୍ମୁଖରୁ ହଟିଲା ପଥର କାନ୍ଥ ହେଲେ ଏବେବି ଭୟରେ ଘରକୁ ଆସିପାରୁନହନ୍ତି ଅଭିଯୋଗ କଲେ ପରିବାରର ମହିଳା । ଏହି ଦୂର୍ଶ୍ୟ ଦେଖିବା ପରେ ଯେତିକି ଆନ୍ଦୋଳିତ କରିଛି ସେତିକି ବିଚଳିତ ମଧ୍ୟ କରିଛି । ପୁରୀଜିଲ୍ଲା କଣାସ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଆଳିପଡା ଗାଁ ରୁ ସାମାଜିକ ବାସନ୍ଦର ବିଚଳିତ କଲାଭଳି ଚିତ୍ର ସାମ୍ନାକୁ ଆସିଛି । ଆଳିପଡ଼ା ଗାଁ ର ଦୁର୍ଗାଚରଣ ପରିଡ଼ାଙ୍କ ପରିବାରକୁ ଗ୍ରାମବାସୀ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ଗାଁ ପ୍ରଜାକୋର୍ଟର ନ୍ୟାୟ ସବୁ ସୀମା ଟପିଯାଇଥିବା ଦେଖିବାକୁ ମିଳିଛି ।

ଖାଲି ସେତିକି ନୁହେଁ ବାସନ୍ଦ ପାଇଁ ଘର ଆଗରେ ମଣିଷ ଉଛାର ପଥର କାନ୍ଥରେ ଘରକୁ ସମ୍ପୂର୍ଣ ଆବଦ୍ଧ କରାଯାଇଛି, ତା ସହିତ କଣ୍ଟାର ତାର, କାଠର ଲିଶୁଣି ଓ ଜାଲରେ ବନ୍ଦ କରିଦିଆଯାଇଛି ସମ୍ପୂର୍ଣ ଘରକୁ। ଏହା କେଉଁ ନର୍କ ଯନ୍ତ୍ରଣା ଠାରୁ ବି କମ ନୁହେଁ। ଏହି ଦୃଶ୍ୟ ଯିଏ ବି ଦେଖିବ ସିଏବି ହତବାକ୍ ହେଇଯିବ । ଏବେ ବି ଏହି ପରିବାର ପୁରୁଷ ଶୂନ୍ୟ ହୋଇପଡିଛନ୍ତି । ମହିଳା ପିଲା ସବୁ ଅନାହାରରେ ଦିନ କାଟୁଥିବା ଅଭିଯୋଗ ହୋଇଛି । ଉକ୍ତ ପରିବାରର ବଳଭଦ୍ର ପରିଡ଼ା, ଗାଁ ର ଏକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବାରୁ ଗାଁ କମିଟିରେ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଗାଁ ଡାକିଥିବା ବୈଠକକୁ ବଳଭଦ୍ର ପରିଡ଼ା ଓ ତାଙ୍କ ବାପା ଦୁର୍ଗାଚରଣ ପରିଡ଼ା ନ ଯିବାରୁ ତାଙ୍କୁ ଏହିଭଳି ଦଣ୍ଡ ଦିଆଯାଇଥିବା ଗ୍ରାମବାସୀ ନିଜେ ସ୍ୱୀକାର କରିଛନ୍ତି । ଏବେ ଏହି ଘଟଣା ଯାଇ ଥାନାରେ ପହଞ୍ଚିଛି ଗାଁ ର ୧୦ ରୁ ଉର୍ଦ୍ଧ୍ୱରୁ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଥାନା ଅଧିକାରୀ ।

Leave a Reply

Your email address will not be published. Required fields are marked *