ବଜରଙ୍ଗବଳୀଙ୍କ ଦ୍ବାଦଶ ନାମ
ବଜରଙ୍ଗବଳୀଙ୍କ ଦ୍ବାଦଶ ନାମ
ଡ. ପ୍ରେମାନନ୍ଦ ବେହେରା
ହନୁମାନ, ଅଞ୍ଜନୀସୂତ, ବାୟୂପୁତ୍ର ଶକ୍ତିଧର
ତୁମେ ମୋ ଜୀବନ ଦୀପ, ତୁମେ ଭକ୍ତିର ଆଧାର
ହନୁମାନ, ଅଞ୍ଜନୀସୂତ, ବାୟୂପୁତ୍ର ଶକ୍ତିଧର
ତୁମେ ମୋ ଜୀବନ ଦୀପ, ତୁମେ ଭକ୍ତିର ଆଧାର॥
ମହାବଳ ତୁମ ନାମରେ, କମ୍ପେ ସମସ୍ତ ଭୂମି
ରାମେଷ୍ଟ ତୁମ ଭକ୍ତିରେ, ମିଳେ ସୁଖ ଓ ଶାନ୍ତି
ଫାଲ୍ ଗୁନସଖା, ପ୍ରେମରେ ଅର୍ଜୁନ ମନ ହରିଲ
ପିଙ୍ଗାକ୍ଷ ଦୃଷ୍ଟି ଦେଇ, ଅନ୍ଧକାରକୁ ଦୂର କରିଲ
ହନୁମାନ, ଅଞ୍ଜନୀସୂତ, ବାୟୂପୁତ୍ର ଶକ୍ତିଧର
ତୁମେ ମୋର ଜୀବନ ଦୀପ, ତୁମେ ଭକ୍ତିର ଆଧାର ।।
ଅମିତ ବିକ୍ରମ ବୀର ତୁମେ, ସାଗର ଲଂଘି ଗଲ
ଉଦଧିକ୍ରମଣ କରି, ଲଙ୍କାକୁ ଜାଳି ଦେଲ
ସୀତା ଶୋକ ବିନାଶି, ଦେଲ ଆଶାର ପ୍ରଭା
ଦୁଃଖର ମଝିରେ ଆଣିଲ, ଶାନ୍ତି ଓ ଦେବୀ ଦୟା
ହନୁମାନ, ଅଞ୍ଜନୀସୂତ, ବାୟୂପୁତ୍ର ଶକ୍ତିଧର
ତୁମେ ମୋର ଜୀବନ ଦୀପ, ତୁମେ ଭକ୍ତିର ଆଧାର ।।
ଲକ୍ଷ୍ମଣ ପ୍ରାଣଦାତା ତୁମେ, ଜୀବନ ଦାନ କଲ
ଦଶ ଗ୍ରୀବ ଦର୍ପହା ହୋଇ, ରାବଣ ଗର୍ବ ଭଙ୍ଗ କଲ
ତୁମ ନାମ ଯେ ଜପେ ଭକ୍ତ, ଭୟ ସବୁ ଦୂର ହୁଏ
ବଜରଙ୍ଗ ବଳୀ କୃପାରେ, ସଫଳ ଜୀବନ ହୁଏ
ହନୁମାନ, ଅଞ୍ଜନୀସୂତ, ବାୟୂପୁତ୍ର ଶକ୍ତିଧର
ତୁମେ ମୋର ଜୀବନ ଦୀପ, ତୁମେ ଭକ୍ତିର ଆଧାର ।।
ପଦ୍ମପୁର, ବରଗଡ଼
