ବିଦ୍ୟାଳୟର ଦୁଇ ଟପରଙ୍କୁ ସମ୍ବର୍ଦ୍ଧନା।
ପୋଲସରା ୦୬/୦୫/୨୬ ଚିରିକିପଡା ଶାସନ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ବିଦ୍ୟାଳୟରେ ଟପର ହୋଇଥିବା ଦୁଇ ଛାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆଇନଜୀବୀ ନାରାୟଣ ସାହୁଙ୍କ ତତ୍ତ୍ୱାବଧାନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।ଚିରିକିପଡା ଶାସନ ଗ୍ରାମରେ ମାମୁଁ ଘରେ ରହି ପାଠପଢୁଥିବା ରାହୁଲ ବେହେରା ଓ ଗ୍ରାମର ଚିନ୍ମୟ ନାୟକ ଉଭୟ ୪୮୦ , ୮୦% ରଖି ବିଦ୍ୟାଳୟ ଟପର ହୋଇଥିବା ବେଳେ ସେମାନଙ୍କୁ ଆଜି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହାକୁ ନେଇ ସେମାନେ ଖୁସି ଅନୁଭବ କରିବା ସହିତ ପାଠ ପଢ଼ାପଢ଼ିରେ ମାତା ପିତା ଓ ବିଦ୍ୟାଳୟ ଏବଂ ଟିୟୁସନ ର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହଯୋଗ ଯୋଗୁଁ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମ୍ବର୍ଦ୍ଧନା ସଭାରେ ଦେବାଶିଷ ପ୍ରଧାନ, ସୁନୀଲ ନାୟକ,ସାନବାବୁ ପ୍ରଧାନ,ପ୍ରତାପ ଜେନା, ସୁରେନ୍ଦ୍ର ସାହୁ, ଜଗନ୍ନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଗୁରୁଦେବ ସାହୁ,ସାଗର ଗୌଡ, ଲକ୍ଷଣ ସାହୁ, ପ୍ରଦୀପ ପ୍ରଧାନ,କବି ବିଷୋୟୀ, ମହେଶ୍ୱର ନାହାକ ସମେତ ବହୁ ଗ୍ରାମବାସୀ ଓ ଛାତ୍ର ଉପସ୍ଥିତ ରହି ପୁଷ୍ପଗୁଚ୍ଛ, ଉପଢୌକନ ,ଖାତା ପେନ ଓ ମିଷ୍ଟାନ୍ନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଭବିଷ୍ୟତରେ ଭଲ ନାଗରିକଟିଏ ହେବାପାଇଁ ପରାମର୍ଶ ଦେଇଥିଲେ।
