ଜନ ଅଭିଯୋଗ ଶୁଣାଣି ଓ ପ୍ରେରଣା କେନ୍ଦ୍ରର ଉଦଘାଟନ।

ପୋଲସରା ୦୮/୦୫/୨୬ ପୋଲସରା ବ୍ଲକ ଅନ୍ତର୍ଗତ ବୁଢେଇଶୁଣି ପଞ୍ଚାୟତର ବୁଢେଇଶୁଣି ଗ୍ରାମରେ ଆଜି ବିଶାଳ ଜନ ଅଭିଯୋଗ ଶୁଣାଣି ଓ ପ୍ରେରଣା କେନ୍ଦ୍ରର ଉଦଘାଟନ ଅନୁଷ୍ଠିତ ହୋଇଥିବା ବେଳେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପ୍ରଥମେ ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ନିର୍ମିତ ହୋଇଥିବା ପ୍ରେରଣା କେନ୍ଦ୍ରର ଉଦଘାଟନ କରିବା ପରେ ନିକଟସ୍ଥ ଏକ ପଡ଼ିଆରେ ଆୟୋଜିତ ବିଶାଳ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଥିଲେ। ଗ୍ରାମର ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଗ୍ରାମବାସୀଙ୍କ ସହ ସିଧାସଳଖ ଭାବେ କଥା ହେବା, ସେମାନଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବା ଏବଂ ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ନୂତନ ପ୍ରେରଣା କେନ୍ଦ୍ର ଉଦଘାଟନ କରିବା ଏକ ସ୍ମରଣୀୟ ଅନୁଭୂତି ଥିଲା। ଏହି କେନ୍ଦ୍ର ଯୁବକ-ଯୁବତୀ ଓ ଗ୍ରାମବାସୀଙ୍କ ପାଇଁ ପ୍ରେରଣାର ଏକ ଆଲୋକସ୍ତମ୍ଭ ଭାବରେ ପ୍ରତିପାଦିତ ହେବ ମୋର ବିଶ୍ୱାସ ଏବଂ ଜନତାଙ୍କ ସେବା ଓ ଗ୍ରାମୀଣ ଉନ୍ନୟନ ପାଇଁ ଆମ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସିପିଏମ ସନ୍ତୋଷ କୁମାର ରଥ,ଡିପିସି ମନୋରମା ମଲ୍ଲିକ,ବିପିସି ନିଳାଞ୍ଚଳ ସାହୁ,ଶକ୍ତି ଏଡିଏମ ମହେଶ୍ବତା ପାଢ଼ୀ, ସିଡ଼ିପିଓ ତିଳୋତ୍ତମା ରାଉତ,ସ୍ଥାନୀୟ ସରପଞ୍ଚ ମନୋଜ କୁମାର ପରିଡ଼ା, ସମିତିସଭ୍ୟା ସରିତା କୁମାର ଦେବୀ,ଯୁବ ନେତା ପ୍ରଭାକର ପଣ୍ଡା,ଲାଲୁ ସାହୁ, ଭଗବାନ ସାହୁ ରାଜେନ୍ଦ୍ର ପାତ୍ର, କୃଷ୍ଣ ଚନ୍ଦ୍ର ଜେନା,ପୃଥିବୀରାଜ ଭଞ୍ଜଦେଓ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *