ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ହିଞ୍ଜିଳିରେ ବିଜୟ ଉତ୍ସବ ।

ହିଞ୍ଜିଳିକାଟୁ :-୮/୦୫/୨୬ ବିରୋଧୀ ଦଳର ନେତା ତଥା ହିଞ୍ଜିଳି ବିଧାୟକ ଖରିଡା ଠାରେ ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣ ଥିବା ବେଳେ ହତ୍ଯା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।ଏହା ସହ ଏକ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଏହା ଯେ ମୋ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ଖରିଡା ଗ୍ରାମରୁ ପ୍ରକାଶିତ ଏହି ଘୃଣ୍ୟ ଅପରାଧ ସମ୍ପର୍କରେ ମୁଁ ଗଭୀର ଦୁଃଖର ସହିତ ଆପଣଙ୍କୁ ଲେଖୁଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନବୀନ ପଟ୍ଟନାୟକଙ୍କ ଏହି ପତ୍ର ଲେଖିଥିବା ଯୋଗୁଁ ସ୍ଥାନୀୟ ଜନସାଧାରଣ ଏବଂ ଜନପ୍ରତିନିଧିମାନଙ୍କ ମନରେ ଆନନ୍ଦ ଉଲ୍ଲାସର ଉତ୍ସାହ ବଢ଼ିବାରେ ଲାଗିଛି । ଯାହାକୁ ନେଇ ହିଞ୍ଜିଳି ବ୍ଳକର ଜନପ୍ରତିନିଧି , ବିଜୁପ୍ରେମୀ , ନବୀନ ପଟ୍ଟନାୟକଙ୍କୁ ଭଲପାଉଥିବା ହିଞ୍ଜିଳିର ସାଧାରଣଜନତା ବେଶ ଖୁସିହୋଇଛନ୍ତି । ଏହି ହୃଦୟ ବିଦାରକ ଘଟଣା ଉପରେ ନବୀନ ବାବୁଙ୍କ ଚିଠିର ପ୍ରଭାବ ନିଶ୍ଚୟ ପଡିବ ଏବଂ ମା’ଙ୍କ ମୃତଦେହ ପାଖରେ କାନ୍ଦୁଥିବା ଏକ ୩ ବର୍ଷର ଶିଶୁର ଦୃଶ୍ୟ ଓଡ଼ିଶାର ବିବେକକୁ ଚକିତ ହୋଇଥିବା ଦୃଶ୍ୟ ଉପରେ ବର୍ତ୍ତମାନ ସରକାର ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶତପ୍ରତିଶତ ଆସ୍ଥା ଓ ବିଶ୍ୱାସ ରହିଛି ବୋଲି ସ୍ଥାନୀୟ ସରପଞ୍ଚ କୃଷ୍ଣ ଚନ୍ଦ୍ର ଭୋଳ ,ସରପଞ୍ଚ ମଦନ ମୋହନ ସେଠୀ , ସରପଞ୍ଚ ଦନାର୍ଦ୍ଧନ ସେଠୀ , ସମିତିସଭ୍ଯା ପ୍ରତିନିଧି ଶରତ ଚନ୍ଦ୍ର ଦଳାଇ , ସରପଞ୍ଚ ପ୍ରତିନିଧି ସୁବାଷ ଚନ୍ଦ୍ର ଗୌଡ , ସରପଞ୍ଚ ନିଳାଞ୍ଚଳ ସାହୁ, ସରପଞ୍ଚ ପ୍ରତିନିଧି ବିଜୟ ସେଠୀ , ସରପଞ୍ଚ ପ୍ରତିନିଧି କାହ୍ନୁ ରାଉତ , ନବୀନ ପ୍ରେମୀ ଶିବା ପାତ୍ର ପ୍ରମୁଖଙ୍କ ସହ ବହୁ ସରପଞ୍ଚ , ପୁର୍ବତନ ସରପଞ୍ଚ ଓ ସମିତିସଭ୍ଯ /ସଭ୍ୟା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଚନା ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଚର୍ଚ୍ଚା ଏହାଯେ ହିଞ୍ଜିଳିରେ ଏପରି ନରହତ୍ୟା ଘଟଣା ନବୀନ ପଟ୍ଟନାୟକଙ୍କ ଶାସନକାଳରେ କିମ୍ବା ଗଞ୍ଜାମ ଜିଲ୍ଲାରେ ହୋଇନଥିଲା । ଅପରାଧୀ ମାନେ ବିଜେଡି ଶାସନ କାଳରେ ଗଞ୍ଜାମ ଜିଲ୍ଲାରେ ଲୁଚିଯାଇଥିଲେ ଫଳରେ ସାଧାରଣଜନତା ଭୟଭୀତ ନଥିଲେ । କିନ୍ତୁ ବର୍ତ୍ତମାନ ଲୋକଙ୍କ ସରକାରଙ୍କ କହୁଥିବା ଏବଂ ନାରୀ ସଶକ୍ତିକରଣ ଉପରେ ନାରା ଦେଇଥିବା ସରକାର ଶାସନ ସମୟରେ ଗଞ୍ଜାମ ଜିଲ୍ଲା ଅଶାନ୍ତ ବେଳେ ମହିଳା ଓ ସାଧାରଣଜନତା ଅସୁରକ୍ଷିତ ରହିଛି । ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ହରାଉଥିବା ନେଇ ସାଧାରଣରେ ହିଞ୍ଜିଳି ଅଞ୍ଚଳ ଅଶାନ୍ତ ହେବାର ଲାଗିଛି ବୋଲି ଭିନ୍ନଭିନ୍ନ ଗ୍ରାମରୁ ଶୁଣିବାରେ ମିଳୁଛି । ତେଣୁ ରାଜ୍ୟର ଗୃହ ବିଭାଗ ଧାରଣ କରୁଥିବା ମୁଖ୍ୟମନ୍ତ୍ରୀ ଭାବରେ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ। ଅପରାଧର ସାକ୍ଷୀ ଥିବା ୩ ବର୍ଷର ଝିଅକୁ ତୁରନ୍ତ ରାଜ୍ୟ ଯତ୍ନ, କ୍ଷତିପୂରଣ ଏବଂ ପୁନର୍ବାସ ପ୍ରଦାନ କରନ୍ତୁ ଏବଂ ନ୍ୟାୟ ପାଇଁ ପୀଡିତା ଧାରଣାରେ ବସିଥିବା ବେଳେ ପୋଲିସ କାହିଁକି ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ତାହା ତଦନ୍ତ କରନ୍ତୁ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଚିଠି ଲେଖିଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ବେଶ ଉତ୍ସାହିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *