ରମ୍ଭା ଚନ୍ଦନ ଯାତ୍ରା ଜମିଲା ଦର୍ଶକ ମେଳି।

ରମ୍ଭା ତା ୮/୦୫/୨୬ ପ୍ରତିବର୍ଷ ପରି ଚଳିତ ବର୍ଷ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ରମ୍ଭା ଚନ୍ଦନ ଯାତ୍ରା ୫ମଦିବସରେ ପହଞ୍ଚିଛି ।ଯାତ୍ରାକୁ ଉପଭୋଗ କରିବା ପାଇଁ ରାଜରାସ୍ତା ପାର୍ଶ୍ଵ ତଥା ସ୍ପର୍ଶକାତର ଜାଗା ମାନଙ୍କରେ ବହୁ ଉଚ୍ଚତା ସମ୍ପର୍ଣ୍ଣ ତୋରଣ ସାଙ୍ଗକୁ ମେଢ଼ ନିର୍ମାଣ ରାସ୍ତା ପାର୍ଶ୍ଵରେ ଭିନ୍ନ ଧରଣର ମେଢ଼ କରାଯାଇଛି। ଏତଦ ବ୍ୟତୀତ ମିନା ବଜାର, ରାମ ଦୋଳି, ମନୋହର ସାମାନ, ରଙ୍ଗ ବେରଙ୍ଗର ସାମଗ୍ରୀ ବିକ୍ରୟ ହୋଇଥିବା ପରିଲକ୍ଷିତ ହୋଇଛି। ସ୍ଥାନେ ସ୍ଥାନେ ପାଲା, ଦାସକାଟିଆ, ଗୋଟି ପୁଅ ନାଚ, ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲୁ ରହିଅଛି। ମଦନ ମୋହନଙ୍କୁ ଚାପ ଖେଳ ସହ ଚନ୍ଦନ ପୋଖରୀରେ ସ୍ନାନ କରାଯାଇ ଘଣ୍ଟ,ମୃଦଙ୍ଗ, ଢୋଲ ବାଜା ଓ ଡିଜେ ଦ୍ୱାରା ପହଣ୍ଡି ବିଜେ କରାଯାଇ ସାହିବସ୍ତି ପରିଭ୍ରମଣ କରାଯାଉଛି। ଏହି ଯାତ୍ରା ଚଳିତ ମାସ ୧୦ ରିଖ ପର୍ଯ୍ୟନ୍ତ ଚାଲୁ ରହିବା ପାଇଁ ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି।ଯାତ୍ରା ସଂନ୍ଧ୍ୟା ପରଠାରୁ ସଚଳ ହୋଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଜନ ସମୁଦ୍ର ବୃଦ୍ଧି ଘଟିଛି। ଏତଦ ବ୍ୟତୀତ ବିଭିନ୍ନ ସ୍ବେଛାସେବୀ ମାନଙ୍କର ସୁସ୍ୱାଦୁ ଖାଦ୍ୟ ବଣ୍ଟନରେ ଭିଡ଼ ଲାଗିଥିବା ଲକ୍ଷ୍ୟ କରାଯାଇଛି। ରମ୍ଭା ହାଇସ୍କୁଲର ୧୯୯୨ ମାଟ୍ରିକ ବ୍ୟାଚ ଛାତ୍ରୀ ଛାତ୍ରମାନଙ୍କ ଦ୍ୱାରା ବୁନ୍ଦେଇ ସେଓ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଓଡ଼ିଆ ବାଡ଼ ଅଧିକାରୀ ନାରାୟଣ ଦାଶ ଏବଂ କରଣ ବାଡ଼ ଅଧିକାରୀ ଜଗନ୍ନାଥ ଦାଶ ଉଦଘାଟନ କରିଥିଲେ l ସେହିପରି ଗାୟତ୍ରୀ ମନ୍ଦିର ପରିଚାଳନା କମିଟି ତରଫରୁ ହାଲୁଆ ବଣ୍ଟନ କରାଯାଇଥିଲା l ପତାଞ୍ଜଳି ଆରୋଗ୍ୟ କେନ୍ଦ୍ର ତରଫରୁ ମସଲା ଚଣା ବଣ୍ଟନ କରାଯାଇଥିଲା l ଆଖ ପାଖ ଓ ଦୂରଦୂରାନ୍ତରୁ ଆସୁଥିବା ଦର୍ଶକ ଏହାକୁ ଗ୍ରହଣ କରି ଯାତ୍ରା ଉପଭୋଗ କରି ଖୁସି ଅନୁଭବ କରିଥିଲେ l

Leave a Reply

Your email address will not be published. Required fields are marked *