ପ୍ରଭୁ ରଘୁନାଥ

ପ୍ରଭୁ ରଘୁନାଥ
(ପ୍ରକୃତି ବନ୍ଧୁ ହରିହର ସାହୁ, ଇଲେଇଜଙ୍ଗ, ଗଁଦିଆ ଢେଙ୍କାନାଳ)
ପୂଣ୍ୟଶୋଳ୍କ ତୁମେ ପ୍ରଭୁ ରଘୁନାଥ
ଦଶରଥ ଙ୍କ ନନ୍ଦନ
ଅଯୋଧ୍ୟା ନରେଶ ତୁମେ
ରଘୁନାଥ
ତୁମେ ହିଁ ଚିର ବନ୍ଦନ।
ରାତି ପାହି ଥିଲେ ରାଜା
ହୋଇଥାନ୍ତ
ବନବାସ ତୁମେ ଗଲ
ଫଳ ମୂଳ ଖାଇ ଜୀବନ ବିତାଇ
ଋଷିପ୍ରତିମ ଯେ ହେଲ।
ଶବରୀ ଅଇଁଠା ଖାଇଲ ସେ ପ୍ରଭୁ
ଜାତି ଗତ ଭେଦ ନାହିଁ
ଜନକ ନନ୍ଦିନୀ ତୁମର ଘରଣୀ
କେତେ ଭାଗ୍ୟବତୀ ସେହି।
ଅନୁଜ ଲକ୍ଷ୍ମଣ କେତେ ପୂଣ୍ୟବନ୍ତ
ପ୍ରହରୀ ‌ରୂପରେ ରହି
ଜଗିଛନ୍ତି ସେହି ଅନିଦ୍ରା ହୋଇଣ
ଫଳମୂଳ ସେତ ଖାଇ।
ଜଟାୟୁ ପକ୍ଷୀ ଯେ ତୁମ ପାଇଁ ପରା
ଅପେକ୍ଷା ରତ ରେ ଥିଲା
ତୁମ ହାତୁ ସେହି ଜଳପାନ କରି
ସ୍ଵର୍ଗାରୋହଣ ସେ କଲା।
ସୀତା ଙ୍କ ପାଇଁ ଜଟାୟୁ ପକ୍ଷୀ ଯେ
ରାବଣ କୁ ବାଧା ଦେଲା
ପୂର୍ବ ଜନମ ର ପୂଣ୍ୟ ବନ୍ତ ଫଳ
ଜଟାୟୁ ପକ୍ଷୀ ପାଇଲା।
ଏ କଳି ଯୁଗରେ ପ୍ରଭୁ ରଘୁନାଥ
ଗ୍ରାମ ଗ୍ରାମ ରେ ଯେ ପୂଜା
ବୀର ହନୁମାନ ତୁମ ର ବାହକ
ପାଉଛନ୍ତି ସେହି ପୂଜା।
ସୂର୍ଯ୍ୟ ବଂଶର ମଉଡମଣି
ପ୍ରଭୁ ତୁମେ ରଘୁନାଥ
ଅନାଥ ର ନାଥ ପ୍ରଭୁ ରାମଚନ୍ଦ୍ର
ତୁମେ ଯେ ବିଶ୍ଵ ବିଦିତ।
ମୁଢ ହରିହର କରେ ନମସ୍କାର
ଦୋଷ ଥିଲେ କର କ୍ଷମା
ଆହେ ସୀତା ପତି ପ୍ରଭୁ ରଘୁନାଥ
ଭକ୍ତି କରୁଅଛି ଜମା।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *