ସତ୍ୟ ଶାନ୍ତି ଦୟା କ୍ଷମା
ସତ୍ୟ ଶାନ୍ତି ଦୟା କ୍ଷମା
( ରାଗ – ବଙ୍ଗଳା ଶ୍ରୀ )
🔹କବିରତ୍ନ ନୂତନ କୁମାର ବେହେରା
ସତ୍ୟ
ସତ୍ୟ ଚିରନ୍ତନ ଅକ୍ଷୟ ଅମ୍ଳାନ
ଅକାଟ୍ୟ ତାର ସିଦ୍ଧାନ୍ତ,
ପରମଙ୍କ ପ୍ରଭା ପ୍ରକୃତିର ଶୋଭା
ଅନ୍ତରକୁ ରଖେ ଶାନ୍ତ ।
ଶାନ୍ତି
ସାମ୍ୟ-ମୈତ୍ରୀ-ପ୍ରୀତି ଭାବର ସମ୍ପୃକ୍ତି
ଆଣଇ ଶାଶ୍ଵତ ଶାନ୍ତି,
ବିନିମୟେ ପ୍ରାଣୀ ହୃଦୟକୁ ଜିଣି
ଭୁଲିଯାଏ ତାର କ୍ଳାନ୍ତି ।
ଦୟା
ଜୀବ ପ୍ରତି ଶ୍ରଦ୍ଧା ବିଚାରର ସୁଧା
ଝରାଇବା ଅଟେ ଦୟା,
ଏକତ୍ରେ ଏକାତ୍ମା ତାହାର ମହିମା
ଘୁଞ୍ଚାଏ ମିଛର ମାୟା ।
କ୍ଷମା
ଧୈର୍ଯ୍ୟ ସହିଷ୍ଣୁତା ଗୁଣର ଏକତା
କ୍ଷମା ରୂପେ ଆସେ ହୃଦେ,
ମହତ ଉଦ୍ଦେଶ୍ୟେ ଆତ୍ମାରୁ ବିକଶେ
ବିଶ୍ଵପ୍ରାଣକୁ ସେ ଛନ୍ଦେ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ।
