ପୁରୁଷୋତ୍ତମ ମାସ ଓ ପୁରୁଷୋତ୍ତମ ତତ୍ତ୍ଵ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ

ପୁରୀ:୭/୬:ଶ୍ରୀନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦର ଜୁନ ମାସର ଆଲୋଚନାଚକ୍ର ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ଚିହ୍ନରା କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ସମ୍ପାଦକ ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ। ପରିଷଦର ବରିଷ୍ଠ ସଦସ୍ୟ ପ୍ରଫେସର ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପଦ ଅଳଙ୍କୃତ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ୟ ଆଲୋଚନା ବିଷୟ ‘ପୁରୁଷୋତ୍ତମ ମାସ ଓ ପୁରୁଷୋତ୍ତମ ତତ୍ତ୍ଵ’ । ଉକ୍ତ ବିଷୟରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ, ଡକ୍ଟର ନରେଶ ଚନ୍ଦ୍ର ଦାଶ ଏବଂ ପୂର୍ଣଚନ୍ଦ୍ର ଗୋଛିକାର। ଜ୍ୟୋତିଷ ଗଣନାରେ ସୈ।ରମାନ ବର୍ଷର ଦିନ ସଂଖ୍ୟା ୩୬୫ ଦିନ ୬ ଘଣ୍ଟା ହେଲାବେଳେ ଚାନ୍ଦ୍ରମାନ ବର୍ଷର ଦିନ ସଂଖ୍ୟା ୩୫୪ଦିନ ଅଟେ। ଚାନ୍ଦ୍ରମାନ ବର୍ଷର ନୂନ୍ୟତାପୂର୍ତ୍ତି ନିମିତ୍ତ ୨୮ରୁ ୩୪ମାସ ଅନ୍ତରରେ ଗୋଟିଏ ଅଧିକ ମାସର ଗଣନା କରାଯାଏ। ଏହି ଅଧିକ ମାସଟିକୁ ଅଧିମାସ, ମଳମାସ, ପୁରୁଷୋତ୍ତମ ମାସ ରୂପେ ଅଭିହିତ କରାଯାଏ। ମଳମାସର ପ୍ରଥମଟି ଶୁକ୍ଳ ପକ୍ଷ ଦ୍ୱିତୀୟଟି କୃଷ୍ଣ ପକ୍ଷ ଅଟେ ।ଏହି ଆଲୋଚନାରେ ସତ୍ୟନାରାୟଣ ମିଶ୍ର, ଭାସ୍କର ମିଶ୍ର, ନରେଶ ଚନ୍ଦ୍ର ଦାଶ, ନୃସିଂହ ଚରଣ ସାହୁ, ଅଶୋକ ଆଢ୍ୟ, ନକୁଳୀଚରଣ ସାହୁ, କୋଟେଶ ଚନ୍ଦ୍ର ପାତ୍ର, ପ୍ୟାରୀମୋହନ ପଟ୍ଟନାୟକ, ବିପିନ ବିହାରୀ ଦଳାଇ, ନିହାରିକା ପଟ୍ଟନାୟକ, ପ୍ରଶାନ୍ତ କୁମାର ପାତ୍ର, ନବକିଶୋର ଶତପଥୀ, ଯଶୋବନ୍ତ ସାହୁ, ଶଙ୍କର୍ଷଣ ପ୍ରଧାନ, ଜ୍ୟୋସ୍ନାରାଣୀ ପ୍ରଧାନ, ସନ୍ଧ୍ୟାରାଣୀ ଚିହ୍ନରା, ନୃସିଂହ ଚରଣ ମିଶ୍ର, ବିନୋଦ କୁମାର ପଣ୍ଡା, ସାରଙ୍ଗଧର ଷଡ଼ଙ୍ଗୀ, ଡକ୍ଟର ପ୍ରମୋଦ କୁମାର ଦଳାଇ, ମୀରା ମହାନ୍ତି, ସୁନୀଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *