ପ୍ରହସନ ପାଲଟିଛି ଅଭିଯୋଗ ଶୁଣାଣି

-ଅଭିଯୋଗ ସତ୍ୱେ ବାଦପୁର ରେ ମିଳୁନି ପିଇବା ପାଣି –ରାସ୍ତାରେ ଖାଲି ମାଠିଆ, ବାଲଟି ରଖି ପ୍ରତିବାଦ ଜଣାଇଲେ ମହିଳା ଚିକିଟି,୨୨।୪ (ନିଗମାନନ୍ଦ ପଣ୍ଡା ): ପ୍ରବଳ ଗ୍ରୀଷ୍ମ ଆରମ୍ଭ ହୋଇଥିବା ବେଳେ ଚିକିଟି ବ୍ଲକ ଅନ୍ତର୍ଗତ କତୁରୁ ପଞ୍ଚାୟତ ର ବାଦପୁର ଗ୍ରାମର ପ୍ରାୟ ୨୫ ପରିବାରଙ୍କୁ ପିଇବାକୁ ପାଣି ମୁଁଦିଏ ମିଳୁନି l ଯାହାକୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି l ଗତ ଏପ୍ରିଲ ମାସ ରେ କତୁରୁ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ରେ ବାଦପୁର ଲୋକ ପିଇବା ପାଣି ମିଳୁନଥିବା ନେଇ ବିଡ଼ିଓ ପାଖରେ ଅଭିଯୋଗ କରିଥିଲେ l କିନ୍ତୁ କିଛି ସୁଫଳ ମିଳିନଥିବା ଏବଂ ଅଭିଯୋଗ ଶୁଣାଣି ପ୍ରହସନ ପାଲଟିଥିବା ନେଇ ବାଦପୁର ଗ୍ରାମବାସୀ କହିଛନ୍ତି l ଅଭିଯୋଗ ସତ୍ୱେ ବାଦପୁର କୁ ବ୍ଲକ ପ୍ରଶାସନ ଟ୍ୟାଙ୍କ ର ଯୋଗେ ଜଳ ଯୋଗାଣ ଵି କରିନାହିଁ l ବାଦପୁର କୁ ଜଳ ଯୋଗାଣ ସମୁଦ୍ର କୁ ଶଙ୍ଖେ ଭଳି ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏମିତି ଜଳ ଯୋଗାଣ ହେଉଛି ଯେ ପ୍ରତି ପରିବାର ଙ୍କୁ ପୁରା ଦିନ ରେ ଦୁଇ ମାଠିଆ ପାଣି ମିଳିବା ବଡ଼ କଥା ବୋଲି କୁହାଯାଇଛି l ତାହା ପୁଣି କେବେ ମିଳୁଛି ତ କେବେ ମିଳୁନି l ବେଳେବେଳେ ରାସ୍ତା ରେ ପାଇପ ଫାଟିବା ଏବଂ ବିଦ୍ୟୁତ କାଟ ରୁ ଜଳ ଯୋଗାଣ ପାଇଁ ମାସ ରେ ଅଧା ଦିନ ସମlସ୍ୟା ସୃଷ୍ଟି କରୁଛି l ପ୍ରବଳ ଗ୍ରୀଷ୍ମ ଯୋଗୁଁ ସାତଭଉଣୀ ପୋଖରୀ ରୁ ଏବଂ ଗ୍ରାମର କୂଅ ରୁ ପାଣି ସୁଖୀ ଯିବାରୁ ଗାଧୁଆ ପାଧୁଆ ଏବଂ ନିଅଣ୍ଟିଆ ପିଇବା ପାଣି ଭରଣା ରେ ବାଧକ ସୃଷ୍ଟି କରିଛି l   ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ବାଦପୁର ଗ୍ରାମ କୁ ତୁରନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବାକୁ ଦାବୀ ହୋଇଛି l

Leave a Reply

Your email address will not be published. Required fields are marked *