ଗୋଦାବରୀଶ ମିଶ୍ର ଆଦର୍ଶ ଭିତ୍ତି ପ୍ରସ୍ତର ସ୍ଥାପନ
କଣ୍ଟାବାଞ୍ଜି ୦୭|୦୬: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରା ପଂଚାୟତ ଦେଶିଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଭିତ୍ତି ପ୍ରସ୍ତ ର ସ୍ଥାପନ ଦ୍ଵାରା ପାଠପଢା ରେ ସଶକ୍ତ ତଥା ପିଲା ମାନଙ୍କ ପାଇଁ ବେଶ ଲାଭ ଦାୟକ ହେବ ବୋଲି କୁହାଯାଇଛି ! ପ୍ରାଥମିକ ଶିକ୍ଷା କୁ ସୁଦୃଢ ତଥା ସଶକ୍ତ କରିବା ପାଇଁ ରାଜ୍ୟ ସରକାର ମୋଟ ୩୦ ଟି ଜିଲ୍ଲା ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ଆଜି ତାହାର ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଭିତ୍ତି ପ୍ରସ୍ତ ର ସ୍ଥାପନ ମୁରିବାହାଲ ସଦର ମହକୁମା ଦେସିଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶୁଭାରମ୍ଭ କରାଯାଇଛି ! ଏହି ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଗଙ୍ଗାଧର ହେର୍ଣ୍ଣା

ବିଧାୟକ ପ୍ରତିନିଧି ମୁରିବାହାଲ ,ଶ୍ରୀଯୁକ୍ତ କୋଦଣ୍ଡଧର ଭୋଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମୁରିବାହାଲ, ସମ୍ମାନିତ ଅତିଥି ଭାବରେ ମାଲିଶିରା ସରପଞ୍ଚ ଶ୍ରୀଯୁକ୍ତ ଦେବରାଜ ପାତ୍ର, ମାଲିଶିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୁରୁଷୋତ୍ତମ ବାଗ,ଗୁପ୍ତେ ଟାକ୍ରି ଦେଶିଲ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଲକ୍ଷପତି ହରପାଳ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଟାବନ୍ଧ, ଦେଶିଲ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରଘୁନାଥ ତାଣ୍ଡି ତଥା ତଥା ଦେଶିଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଏହି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତ ର ସ୍ଥାପନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ !
