କୁଶ ଖଟୁଆ ଙ୍କୁ ସାହାର୍ଯ୍ୟର ହାତ ବଢାଇଲେ ସାହାର୍ଯ୍ୟର ଅନ୍ୟ ନାମ ସେବା ପରିବାର
ସାହାଯ୍ୟର ଅନ୍ୟ ନାମ ସେବା ପରିବାର ତରଫରୁ କୋରେଇ ଥାନା ଅନ୍ତର୍ଗତ କଡ଼ମା ଗ୍ରାମର କୁଶ ଖଟୁଆଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ l ସୂଚନା ଅନୁଯାୟୀ ଗତ ଏକ ମାସ ତଳେ କୁଶ ଖଟୁଆ ନିଜ କାମ ସାରି ଘରକୁ ଫେରୁଥୁବା ସମୟରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଗୁରୁତର ହୋଇଯାଇଥିଲେ l ଏହାକୁ ଦେଖି ସ୍ଥାନୀୟ ଲୋକେ କୁଶଙ୍କୁ ଚିକିତ୍ସା ପାଇଁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ l ସେଠାରେ କୁଶଙ୍କୁ ଡାକ୍ତର କିଛି ଦିନ ଚିକିତ୍ସିତ କରିବା ପରେ କୁଶ କୋମା ଅବସ୍ଥାକୁ ଚାଲି ଯାଇଥିଲେ l ଏହାକୁ ଦେଖି ଡାକ୍ତର ତାଙ୍କୁ ଘରକୁ ନେଇ ଯିବା ପାଇଁ ପରିବାର ଲୋକଙ୍କୁ ଜଣାଇଥିଲେ l ଏହାପରେ ପରିବାର ଲୋକେ କୁଶଙ୍କୁ କୋମା ଅବସ୍ଥାରେ ଘରକୁ ନେଇ ଆସିଥିଲେ l କୁଶଙ୍କ ପରିବାର ର ଆର୍ଥିକ ସ୍ଥିତି ଠିକ ନଥିବାରୁ ତାଙ୍କ ପରିବାର ଲୋକ ସରକାରୀ ସହାୟତା ପାଇଁ ପ୍ରଶାସନକୁ ନିବେଦନ କରିଥିଲେ l ଏହି ଖବର କୌଣସି ସୂତ୍ରରୁ ସାହାଯ୍ୟର ଅନ୍ୟ ନାମ ସେବା ପରିବାରର ସଦସ୍ୟ ମାନେ ଜାଣିବା କୁ ପାଇଁ ଆଜି ସହାୟତାର ହାତ ବଢ଼େଇଛନ୍ତି l ତେବେ ଏହି ସେବା ପରିବାର ପକ୍ଷରୁ ଆଜି କୁଶଙ୍କୁ ଏକ ଏୟାର ବେଡ଼ ସହିତ ବିଭିନ୍ନ ପୃଷ୍ଟି କର ଖାଦ୍ୟ ପ୍ରଦାନ କରିଛନ୍ତି l ତେବେ ଆଗାମୀ ଦିନରେ ଯଥାସମ୍ବବ ସାହାଯ୍ୟ କରିବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି l ସାହାଯ୍ୟର ଅନ୍ୟ ନାମ ସେବା ପରିବାର ର ଏଭଳି କାର୍ଯ୍ୟକୁ ଦେଖି ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି l
