ସିଏମ ଟ୍ରଫି ଖୋ ଖୋ ସେମିଫାଇନାଲ ମ୍ୟାଚ ଶୁଭାରମ୍ଭ

ପୁରୀ ୮/୬ ଆଜି ପୁରୀ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଓଡିଶା କ୍ରୀଡ଼ା ମହାକୁମ୍ଭ ସିଏମ ଟ୍ରଫି ର ଖୋ ଖୋ ଖେଳର ସେମିଫାଇନାଲ ମ୍ୟାଚ ଆରମ୍ଭ ହୋଇଛି।ପୂର୍ବରୁ ୪ ଟି ଜୋନ ମାଧ୍ୟମରେ ଅନୁଷ୍ଠିତ ଖୋ ଖୋ କ୍ରୀଡାର ଚମ୍ପିୟାନ ୪ ଗୋଟି ବାଳକ ଓ ୪ ଗୋଟି ବାଳିକା ଦଳ ଏଥିରେ ଅଂଶ ଗ୍ରହଣ କରିଛନ୍ତି।ବାଳକ ବର୍ଗରେ ଜୋନ ୧ ରୁ ଗଞାମ, ଜୋନ ୨ ରୁ କଟକ,ଜୋନ ୩ ରୁ ପୁରୀ ଓ ଜୋନ ୪ ରୁ ସୁନ୍ଦରଗଡ ଚମ୍ପିୟାନ ଦଳ ଭାବେ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ବାଳିକା ବର୍ଗରେ ଜୋନ ୧ ରେ ଗଞାମ, ଜୋନ ୨ରେ ଖୋର୍ଦ୍ଧା, ଜୋନ ୩ ରେ ପୁରୀ ଓ ଜୋନ ୪ ରେ କେନ୍ଦୁଝର ଚମ୍ପିୟାନ ଦଳ ଭାବେ ଅଂଶଗ୍ରହଣ କରିଥିଲେ।ଚଳିତ ମାସ ୧୦ ତାରିଖରେ ଫାଇନାଲ ମ୍ୟାଚ ପୁରୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ବୋଲି କ୍ରୀଡା ଅଧିକାରୀ ସୂଚନା ଦେଇଥିଲେ।ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ

କୁମାର ସେଠୀ କ୍ରୀଡା ଶୃଙ୍ଖଳା, ସୁସ୍ଥତା ଓ ଭାଇଚାରାର ପ୍ରତୀକ ବୋଲି କହିବା ସହ କ୍ରୀଡା ପାଇଁ ବର୍ତ୍ତମାନ ଅନେକ ସୁଯୋଗ ରହିଛି।ଏହାର ସୁଯୋଗ ଓ ଉପଯୋଗ କରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଅନୁରୋଧ କରିଥିଲେ।ଅନ୍ୟତମ ଅତିଥି ଡେପୁଟି କଲେକ୍ଟର ରୁନୀତା ପ୍ରଧାନ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ସମାଜସେବୀସଂଧ୍ୟା ବତୀ ପ୍ରଧାନ,ଶିକ୍ଷାବିତ ଶଶାଙ୍କ ଚୁଡାମଣୀ ପ୍ରମୁଖ ଯୋଗ ଦେଇ ଓଡିଶା ଖୋ ଖୋ ସଂଘର ସଂପାଦକପ୍ରଦ୍ୟୁମ୍ନ କୁମାର ମିଶ୍ର ଅଧ୍ୟକ୍ଷତା କରିବା ସହ ସମସ୍ତ କ୍ରୀଡାବିତ ଓ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ।କ୍ରୀଡା ଶିକ୍ଷକ ସୂର୍ଯ୍ୟମଣି ଜେନା ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *