ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ପୋଲିସ ପକ୍ଷରୁ ବ୍ୟବସ୍ଥାବଳୀ ପୁସ୍ତକ ପ୍ରକାଶ

ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଅବସରରେ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ବ୍ୟବସ୍ଥାବଳୀ ପୁସ୍ତକ ଆଜି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ସମର୍ପିତ କରାଯାଇଛି। ଏହି ଅବସରରେ ଏସ୍ପି ପୁରୀ ପ୍ରତୀକ ସିଂ ଓ ପୋଲିସର ବରିଷ୍ଠ ଅଧିକାରୀମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ବହି ପୂଜା କରିଥିଲେ। ଉପସ୍ଥିତ ଥିଲେ ଅତିରିକ୍ତ ଏସ୍ପି ଶ୍ରୀ ସୁଶୀଲ ମିଶ୍ର, ଅତିରିକ୍ତ ଏସ୍ପି ଶ୍ରୀ ଦେବୀ ପ୍ରତାପ, ଅତିରିକ୍ତ ଏସ୍ପି ଶ୍ରୀ ସଚିନ ପଟେଲ

ଅତିରିକ୍ତ ଏସ୍ପି ସୌମ୍ୟରଂଜନ ମଲିକ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ। ଦେବସ୍ନାନ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ଭକ୍ତମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟାପକ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *