ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସର ସମସ୍ତ ପ୍ରସ୍ତୁତି ଶେଷ

ଦିନକପରେ ସ୍ନାନପୂର୍ଣ୍ନିମା। ସ୍ନାନମଣ୍ଡପରେ ଭକ୍ତଙ୍କୁ ଜଳଲାଗି ଓ ହାତୀବେଶରେ ଦର୍ଶନ ଦେଵେ ମହାପ୍ରଭୁ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବାୟତ। ଆଜି ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି ସହ ଆସନ୍ତାକାଲି ସେନାପଟା ଲାଗି ନୀତି ସମ୍ପାଦିତ କରି ପହଣ୍ଡି ପାଇଁ ପ୍ରସ୍ତୁତ କରିବେ ଦଇତାପତି ସେବକ। ସେପଟେ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ଜଳଲାଗି ନୀତି ଓ ହାତୀବେଶ ଦର୍ଶନ ଶୃଙ୍ଖଳିତ ହେବାସହ ଏକମୁଖୀ ଦର୍ଶନ ବ୍ୟବସ୍ଥା କରାଯାଇଛି | ଅନ୍ୟପଟେ ସମୁଦାୟ 432ଟି ସିସିଟିଭି କ୍ୟାମେରା ଉଭୟ ଶ୍ରୀମନ୍ଦିର ଭିତରେ, ଶ୍ରୀମନ୍ଦିର ଚାରିପଟେ ଓ ବଡଦାଣ୍ଡର ମାର୍କେଟଛକ ପର୍ଯ୍ୟନ୍ତ ଲାଗିଥିବା ବେଳେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ସମସ୍ତ ଗଳିକନ୍ଦିକୁ ନୋ ଭେଇକିଲ୍ ଜୋନ୍ ଘୋଷଣା କରାଯାଇଥିବା କହିଛନ୍ତି ଏସପିଛାଡିବେ ରତ୍ନବେଦୀ, ଆସିଵେ ସ୍ନାନବେଦୀ। ହୋଇବ ଜଳଲାଗି, ମିଳିବ ଦୁର୍ଲଭ ଦିବ୍ୟ ଗଜାନନ ବେଶ ଦର୍ଶନ। 108 ଗରା ସୁବାସିତ ଜଳରେ ସ୍ନାନବେଦୀରେ ପ୍ରତକ୍ଷ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନଯାତ୍ରା ଦିନ ସମସ୍ତ ଭକ୍ତମାନେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ସ୍ନାନମଣ୍ଡପର ଅତି ନିକଟରୁ ମହାପ୍ରଭୁଙ୍କଙ୍କୁ ଦର୍ଶନ କରି ଅନ୍ୟ ତିନି ଦୁଆରରେ ପ୍ରସ୍ଥାନ କରିବେ। ସ୍ନାନମଣ୍ଡପରେ ହାତୀବେଶ ଓ ଜଳଲାଗି ସମୟରେ ଭକ୍ତମାନେ କିଭଳି ସ୍ପଷ୍ଟ ଭାବେ ଦର୍ଶନ କରିପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି | ସ୍ନାନଯାତ୍ରା ଦିନ ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ସମ୍ପୂର୍ଣ୍ଣ ସିସିଟିଭି ସ୍କାନରରେ ରହିବାକୁ ଥିବାବେଳେ ଶ୍ରୀମନ୍ଦିର ଭିତରେ ୧୫୨,ଶ୍ରୀମନ୍ଦିର ଚାରିପଟେ ୨୫୦ ଓ ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ୩୦ ଟି ଅର୍ଥାତ ସମୁଦାୟ ୪୩୨ଟି ସିସିଟିଭି କ୍ୟାମେରା ଇନଷ୍ଟଲ ହୋଇଥିବା ଏସପି କହିଛନ୍ତି। ଶ୍ରୀମନ୍ଦିର ପର୍ଯ୍ୟନ୍ତ ସଂଯୋଗ କରୁଥିବା ବିଭିନ୍ନ ସାହିଗଳିକନ୍ଦିକୁ ନୋ ଭେଇକିଲ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ମନ୍ଦିର ଭିତରେ clearance team, quick response team,anti sabotize team ମୁତୟନ କରାଯିବ | l

ଭୁବନେଶ୍ବର ପାର୍ଶ୍ବଭୁବନେଶ୍ବର ପାର୍ଶ୍ୱରୁ ଆସୁଥିବା ଯାନଗୁଡିକ ସାକ୍ଷୀଗୋପାଳ, ମାଳାତିପାଟପୁର, ବାଟଗାଁ ଏବଂ ଶ୍ରୀସେତୁ ଦେଇ NEW JBPC ପାକିଂରେ ରଖିବେ । NEW JBPC ପାର୍କି ପୂର୍ଣ ହେବା ପରେ ଜେଲ୍ ରୋଡ ଠାରେ ଥିବା ପାକିଂରେ ପାର୍କ କରିବେ ଏହି ପାର୍କିଙ୍ଗ ପୂର୍ଣ୍ଣ ହେବା ପରେ ମେଡିକାଲ ଛକ ଓ ବଡ଼ଶଙ୍ଖ ଦେଇ ଶରଧାବାଲି ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାକିଂ କରିବେ । ଶରଧାବାଲି ପାକିଂ ପୂର୍ଣ୍ଣ ହେବା ପରେ ମେଡିକାଲ୍ ଛକ ଓ VIP ରୋଡ ଦେଇ ବ୍ୟୁ ଫ୍ଲାଗ ବିଚ୍ ପାକିଂ ଓ ହୋଟେଲ୍‌ ନୀଳାଚଳ ଅଶୋକ ପାକିଂରେ ପାର୍କ କରିବେ ଏବଂ ଏହି ସମସ୍ତ ପାକିଂ ପୂର୍ଣ ହେବା ପରେ ମାଳତିପାଟପୁର, ROB, ବାଇଦାସନଗର, ଗ୍ରିଡ୍ ଷ୍ଟେସନ୍, ଭୂଦାନ ଦେଇ ତାଳବଣିଆ ପାକିଂରେ ପାର୍କ କରିବେ । ସେମାନେ ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ ।ବ୍ରହ୍ମଗିରି ପାର୍ଶ୍ବବ୍ରହ୍ମଗିରି ପାର୍ଶ୍ଵରୁ ଆସୁଥିବା ହାଲୁକା ଯାନ, ଶ୍ରୀସେତୁ ଦେଇ NEW JBPC ଠାରେ ପାକିଂ କରିବେ । ଏହି ପାକିଂ ପୂର୍ଣ ହେବା ପରେ ମଙ୍ଗଳା ଘାଟ ଛକ, ଷ୍ଟଲିଂ ଛକ ଦେଇ ଯାତ୍ରିକା ପାକିଂରେ ରଖିବେ । ସେମାନେ ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ ।କୋଣାର୍କ ପାର୍ଶ୍ବକୋଣାର୍କ ପାର୍ଶ୍ଵରୁ ଆସୁଥିବା ହାଲୁକା ଯାନ, ବାଇଦାସ ନଗର, ଗ୍ରିଡ୍ ଷ୍ଟେସନ, ପେଣ୍ଠକଟା, ସିଟି ରୋଡ, ସୁବାଷ ବୋଷ ଛକ ଦେଇ ବ୍ୟୁ ଫ୍ଲାଗ ବିଚ୍ ପାର୍କି ଓ ହୋଟେଲ୍‌ ନୀଳାଚଳ ଅଶୋକ ପାକିଂରେ ପାର୍କ କରିବେ । ଏହି ପାକିଂ ପୂର୍ଣ ହେବା ପରେ ଯାନଗୁଡିକ ଭୂଦାନ ଛକ ଦେଇ ତାଳବଣିଆ ପାର୍କି ଓ ଆଇ ଟି ଆଇ ପାକିଂରେ ପାର୍କ କରିବେ ସେମାନେ ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ ।ଯଦି ଭୁବନେଶ୍ୱର, କୋଣାର୍କ କିମ୍ବା ବ୍ରହ୍ମଗିରି ପଟୁ ଆସୁଥିବା କୌଣସି ଭକ୍ତ ସମୁଦ୍ର କୂଳ ଆସୁଥାନ୍ତି ତେବେ ସେମାନେ ବାଟଗାଁ, ମଙ୍ଗଳାଘାଟ ଏବଂ ଷ୍ଟଲିଂ ଛକ ଦେଇ ଯାତ୍ରିକା ପାକିଂରେ ପାର୍କ କରିବେ ଏବଂ ସେମାନେ ଫେରିବା ସମୟରେ ସମାନ ରାସ୍ତା ଦେଇ ଫେରିବେ ।

Leave a Reply

Your email address will not be published. Required fields are marked *