ଗିରଫ ଭୟରେ ଗଛ ଚଢିଲା ଅଭିଯୁକ୍ତ –

ଗିରଫ ଭୟରେ ଗଛ ଚଢିଲା ଅଭିଯୁକ୍ତ – ପୋଲିସ, ଅଗ୍ନିଶମ ନାକେଦମ!Update copyPlace-କାକଟପୁରAnchor :-ବିଦ୍ୟାଳୟରେ ଗୁରୁଙ୍କୁ ମାଡ଼ ମାରି ଫେରାର୍ ହୋଇଥିବା ଅଭିଯୁକ୍ତ ଏବେ ଗଛ ଚଢି କରୁଛି ହାଇଡ୍ରାମା! ଗିରଫ ଭୟରେ ଘଣ୍ଟା ଘଣ୍ଟା ଧରି ଉଚ୍ଚ ଗଛ ଉପରେ ବସିଛି ଲିପୁ ବିଶ୍ୱାଳ। ତଳେ ଜାଲ ପକାଇ ସିଡ଼ି ଲଗାଇ ନାକେଦମ ହେଉଛନ୍ତି ପୋଲିସ ଓ ଅଗ୍ନିଶମ ବାହିନୀ। ଅସ୍ତରଙ୍ଗରେ ଦେଖିବାକୁ ମିଳିଛି ଏଭଳି ଫିଲ୍ମି କ୍ଲାଇମେକ୍ସ।ଦୃଶ୍ୟ ଯେମିତି ସିନେମାର! ଗଛ ଉପରେ ଅଭିଯୁକ୍ତ, ତଳେ ପୋଲିସ-ଅଗ୍ନିଶମ-ଲୋକଙ୍କ ଭିଡ଼। ଘଟଣା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରିପୁର ପ୍ରାଥମିକ ବିଦ୍ୟାଳୟର। ଗତ ଗୁରୁବାର ପାଠ ପଢାଉଥିବା ଶିକ୍ଷକ ଅକ୍ଷୟ କୁମାର ବିଶ୍ୱାଳଙ୍କୁ ୪ ଦୁର୍ବୁତ୍ତ ବିଦ୍ୟାଳୟ ଭିତରେ ପଶି ମରଣାନ୍ତକ ମାଡ଼ ମାରିଥିଲେ। ଛାତି-ହାତରେ ଗଭୀର ଆଘାତ ପାଇ ଶିକ୍ଷକ ଏବେ ଭୁବନେଶ୍ୱରରେ ଚିକିତ୍ସାଧୀନ।ପତ୍ନୀ କାମିନୀ ବିଶ୍ୱାଳଙ୍କ ଏତଲା ପରେ ଅସ୍ତରଙ୍ଗ ପୋଲିସ ଆକ୍ସନ ମୋଡକୁ ଆସି ୩ ଜଣଙ୍କୁ କାବୁ କରିଛି। ହେଲେ ଚତୁର୍ଥ ଅଭିଯୁକ୍ତ ଲିପୁ ବିଶ୍ୱାଳ ପୋଲିସକୁ ଦେଖି ବାଇକ୍ ଧରି ରାଇବେରୁଆଁ ଜଙ୍ଗଲକୁ ଖସିଯାଇ ସିଧା ଚଢିଗଲା ଉଚ୍ଚ ଗଛ ଉପରକୁ।ଆଉ ତାପରେ ଆରମ୍ଭ ହେଲା ରିୟଲ ଲାଇଫ୍ ହାଇଡ୍ରାମା। ଅସ୍ତରଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ଜାଲ, ସିଡ଼ି ଧରି ଘେରିଗଲେ ଗଛ ମୂଳ। ବୁଝାସୁଝା କଲେ, ଡାକ ପକାଇଲେ – ହେଲେ ଲିପୁ ତଳକୁ ଓହ୍ଲାଇବାକୁ ନାରାଜ। ଶହ ଶହ ଲୋକ ଏ ଦୃଶ୍ୟ ଦେଖିବାକୁ ଭିଡ଼ ଜମାଇଲେ।ରାତି ତମାମ ଗଛ ଉପରେ ଅଭିଯୁକ୍ତ, ତଳେ ଜଗି ରହିଲେ ପୋଲିସ-ଅଗ୍ନିଶମ। ବିଦ୍ୟା ମନ୍ଦିରରେ ଗୁରୁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସାରା ଅଞ୍ଚଳରେ କ୍ଷୋଭ। ଲୋକେ କହୁଛନ୍ତି – “ଗୁରୁଙ୍କୁ ମାଡ଼ ମାରି ଗଛ ଚଢିଲେ ବଞ୍ଚିଯିବ କି?”ଅସ୍ତରଙ୍ଗ ପୋଲିସ କହିଛି, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

Leave a Reply

Your email address will not be published. Required fields are marked *