ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ଜିଲ୍ଲା ଓକିଲ ସଂଘର ବିକ୍ଷୋଭ।
ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ଜିଲ୍ଲା ଓକିଲ ସଂଘର ବିକ୍ଷୋଭ। ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦିଆଗଲା ଚାରିଦଫା ଦାବିପତ୍ର। ଓକିଲଙ୍କ ପାଇଁ ସାମାଜିକ ନିରାପତ୍ତା , ସ୍ୱାସ୍ଥ୍ୟବୀମା,ଯୁବ ଆଇନଜୀବୀଙ୍କ ପାଇଁ ଷ୍ଟାଇପେଣ୍ଡ ଓ ସୁରକ୍ଷା ଆଇନ ଦାବୀରେ ବିକ୍ଷୋଭ ପ୍ରଦର୍ଶନ। ନ୍ୟାୟିକ ପ୍ରକ୍ରିୟାରେ ଆଇନଜିବି ମାନେ ଗୋଟିଏ ମୁଦ୍ରାର ଏକ ପାର୍ଶ୍ୱ। ସ୍ୱାଧୀନ ପେଷା ଭିତରେ ଆଇନଜିବି ମାନେ ସାମାଜିକ ପ୍ରତିବଦ୍ଧତା, ନ୍ୟାୟିକ ଅଙ୍ଗୀକାର ଭିତରେ ବିଚାର ବ୍ୟବସ୍ଥାକୁ ରୁଦ୍ଧିମନ୍ତ କରୁଥିବା ବେଳେ ସେମାନଙ୍କ ପାଇଁ ସାମାଜିକ ନିରାପତ୍ତା, ସ୍ୱାସ୍ଥ୍ୟବିମା ଓ ଷ୍ଟାଇପେଣ୍ଡ କ୍ଷେତ୍ରକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଯୁବପିଢ଼ି ଆଇନ ପେଷାକୁ ପେଶାଗତ ଭାବେ ଆଦରି ନେଇଥିବା ବେଳେ ସେମାନଙ୍କ ପାଇଁ ସରକାରୀ ସ୍ତରରେ ପ୍ରୋଶ୍ଚାହନ ନାହିଁ। ଓଡ଼ିଶାର ନିମ୍ନ ଅଦାଲତ, ମାଜେଷ୍ଟ୍ରେରିଲ କୋର୍ଟ, ଗ୍ରାମ୍ୟ ନ୍ୟାୟଳୟ, ଜିଲ୍ଲା କୋର୍ଟ, ଉଚ୍ଚ ନ୍ୟାୟଳୟ, ରେ 50000 ହଜାରରୁ ଉର୍ଦ୍ଧ୍ୱ ଓକିଲ 182ଟି ବାରରେ ରହି ଆଇନ କ୍ଷେତ୍ରରେ ଜୀବନ ବିତାଉଛନ୍ତି କିନ୍ତୁ ସେମାନଙ୍କ ପାଇଁ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ଏଥି ପାଇଁ ପୁରୀ ଜିଲ୍ଲା ଓକିଲ ସଂଘ ନିଷ୍ପତ୍ତି କ୍ରମେ ଆଜି ଶତାଧିକ ଓକିଲ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଅଫିସ ୟରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦିଆ ଯାଇଛି। ଏଥିରେ କୁହାଯାଇଛି ଯେ ଓଡ଼ିଶା ସରକାରଙ୍କ ବାର୍ଷିକ ବଜେଟ୍ 3ଲକ୍ଷ 10ହାଜର କୋଟି ଥିଲାବେଳେ ଓକିଲ ମାନଙ୍କ ପାଇଁ ବାର୍ଷିକ 50କୋଟି ଟଙ୍କା ବଜେଟ୍ ରେ ବ୍ୟୟବରାଦ କରିବା, ସମସ୍ତ ଆଇନିଜିବୀଙ୍କୁ ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା,ରେଜିଷ୍ଟ୍ରେସନ୍ ଠାରୁ 5ବର୍ଷ ପର୍ଯ୍ୟନ୍ତ ଯୁବ ଓକିଲ ମାନଂକୁ ମାସିକ 5ହଜାର ଟଙ୍କା ଷ୍ଟାଇପେଣ୍ଡ ଦେବା,ଓ କାର୍ଯ୍ୟକ୍ଷେତ୍ରରେ ଆଇନିଜିବୀ ମାନଙ୍କ ପାଇଁ ADVOCATES PROTECTION ACT ଆଇନ୍ ଆଣିବା ଦାବୀ କରାଯାଇଛି।
